ମୁଁ ଗୋଲାପ ହେଲେ ତୁ ତ ବାସ୍ନା
ମୁଁ ଗୋଲାପ ହେଲେ ତୁ ତ ବାସ୍ନା
ମୁଁ ଗୋଲାପ ହେଲେ ତୁ ତ ବାସ୍ନା ,
ମୁଁ ପୂର୍ଣ୍ଣିମା ହେଲେ ତୁ ଯେ ଜୋସ୍ଛନା ,
ଗୋଲାପ ଯେ ପୋକଶୁଙ୍ଗା ନଥିଲେ ବାସ୍ନା ,
ପୂର୍ଣ୍ଣିମା ନିଶି ଯେ ଅମା ଅନ୍ଧାର ନଥିଲେ ଚାନ୍ଦିନୀର ରଚନା ।
କଣ୍ଟକିତ ଯେତେ ହେଲେ ଗୋଲାପ ଟେ ,
ବାସ ପାଇଁ ଲାଗେ ସଭିଙ୍କୁ ଆପଣାର ଏତେ ,
ଚାନ୍ଦ କଳଙ୍କିତ ହେଲେ ବି ଶୀତଳ କେତେ ,
ତୁ କି ନ ଜାଣୁ ପ୍ରିୟା ଏକଥା ସତେ ।
ତୁ ଯେ ! ମୋ ଭାବନା ସୌମ୍ୟ ଉପବନେ ଅବୁଝା ଗଣିତ ଟେ ,
ଅବୁଝା ହେଲେ କିନ୍ତୁ କଷିବାର ସୂତ୍ର ଖୋଜେ ପ୍ରେମ ମନ୍ତ୍ରେ ,
କଷ୍ଟ ପ୍ରଦ ଗଣିତ ତୁ ହେଲେ ବି ଯେତେ ,
କହ ଥରେ କେମିତି ଛାଡି ପାରିବି ବା ତୋତେ ।