Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Soumya Ranjan Khatua

Inspirational Others

4  

Dr.Soumya Ranjan Khatua

Inspirational Others

ପ୍ରଶ୍ନବାଚୀ ?

ପ୍ରଶ୍ନବାଚୀ ?

1 min
350



ଏ ମୋ ଜୀବନ !

ସତେ ବହୁ ପ୍ରଶ୍ନ ଗୁନ୍ଥା ଅଡ଼ୁଆ ସୁତାର ସମାହାର ,

ଏ ଅସମାହିତ ପ୍ରଶ୍ନରାଜି ମଧ୍ୟରେ ସତେ ବନ୍ଧା ମୋ ସୁଖୀ ଜୀବନର ଡୋର ,

ଉତ୍ତର ଖୋଜୁ ଖୋଜୁ ସବୁବେଳେ ହୁଏ ଆଗନ୍ତୁକ ଅତୀତ ଦ୍ଵାରର ,

ହୁଏ ଖୁସି ମନେ ଲାଗେ ଶାନ୍ତି ପାଇଗଲେ ତା ଉତ୍ତର . . . . .୧


ପୁଣି ଆସି ପାଦରେ ବେଢ଼ି ପକାଏ ଆଉ ଏକ ସିଙ୍କୁଳି ପ୍ରଶ୍ନର ,

କେବେ ପୁଣି ଗଲାବେଳେ ଖୋଜି ହୋଇଯାଏ ବନ୍ଦୀ ନ ପାଇ ଉଚିତ ଉତ୍ତର ,

ହତୋତ୍ସାହେ ଚିନ୍ତା କରେ କେତେ କଷ୍ଟ ଭାଙ୍ଗିବା ଏ ପ୍ରଶ୍ନର ପ୍ରାଚୀର ,

ପୁଣି ଭାବେ ରହିଯିବି ଏହିଠାରେ ନଜୁଟାଇ ପାରିଲେ ସାହସ ଭାଙ୍ଗିବାର . . . . .୨


ଏ ଜୀବନର ପ୍ରଶ୍ନ ସତେ ମରୀଚିକା ରୂପୀ ,

ମାର୍ଗ ତାର ଲୁକ୍କାୟିତ ଚାବିର ଅଧିକାରୀ ଅନେକାଶ୍ଚର୍ଯ୍ୟର ସମାହିତ ନିୟତି ,

ଆଜି ମୁଁ ଶରଣାଗତଃ ତୁମର ହେ ଈଶ୍ୱର ଏବଂ ପ୍ରକୃତି ,

ସବୁ କଷ୍ଟ ଲିଭେଇ ଗଢି ଦିଅ ମୋ ଜୀବନ ରହିଯାଉ ପଛେ

ହୋଇ ପ୍ରଶ୍ନବାଚୀ ଅନେକ ପ୍ରଶ୍ନ ସେମିତି . . . . .୩


Rate this content
Log in

Similar oriya poem from Inspirational