STORYMIRROR

Dr.Soumya Ranjan Khatua

Romance Inspirational

3  

Dr.Soumya Ranjan Khatua

Romance Inspirational

ଅଳସୀ ନଈର ଖସଡ଼ା ତୁଠ

ଅଳସୀ ନଈର ଖସଡ଼ା ତୁଠ

1 min
235

ଏ ଅଳସୀ ନଈର ଖସଡ଼ା ଯେ ମୁଁ ତୁଠ  

ଖସିଯିବୁ ବାଇମନ ପାଦ ଯଦି ତୋ ହେବ ଦୁଷ୍ଟ  

ରୂପ ନଈର ମନରୋମ ଭାରି ଯେ ଚହଟ  

ଥରେ ଖସିଲେ ମିଳିବନି ଆଉ ଯେ ବାଟ ।। - - - ୧


ଏ ଅଳସୀ ନଈର ମୁଁ ଯେ ତାଙ୍କ ଖସଡ଼ା ତୁଠ  

ମୋ ଉପରେ କେବେ ମଇଁଷି କରିଛି ତା ଗୋଠ  

ପୁଣି କୁଆଁରି ଝିଅ ହଳଦୀ ମାଖୀ କରିଛି ହଳଦିଆ ତୁଠ  

ସିମନ୍ତିନୀ ଅଳତା ନାଇଁ କରିଛି ନାଲିଆ ମୋ ଓଷ୍ଠ ।। - - - - ୨


ଏ ନଈ ଯେ ତନ୍ମୟୀ ନୀରିହା ତଟିନୀ  

ଲାଗେ ମୋ ଆଗେ ଏକ ଅଳସୀ କାମିନୀ  

ତା ପାଇଁ ମୁଁ ହୋଇଛି ହଳଦୀରେ ପରିବେଷ୍ଟିନୀ  

କେବେ ପୁଣି ଟିକି ବୋହୁ ଘୋଡେଇ ହୋଇ କୁଆଁରି ଓଢଣୀ ।। - - - - ୩


ଇଚ୍ଛା ସେମିତି ଦେଖିବି କି ଲବନ୍ୟତା ଭରା ରାଜହଂସୀନି ଗତିକୁ  

କି ଉପମା ଦେବି ପୁଣି ତା ଅଳସୀ ଚାହାଣୀକୁ  

ସଜେଇଛି ମୋ ତୁଠ ଦେହେ ପଥର ଓ ପୁଣି ଏ ଶିଉଳୀକୁ  

ସଦ୍ୟସ୍ନାତା କୁମାରୀ ଦେହୁ ନିଗିଡ଼ା ଜଳୁ ସେ ଏ ଉଦ୍ଧୃତାକୁ ।। - - - ୪


କେତେ ସେ ନିରୀହ ଦେହେ ବୋହି ଅନେକ ନୀରବତା  

ବହିଯାଉଛି ଧୀରେ ଧୀରେ ଜଳରେ ଅଛି ତା କେତେ ଶୀତଳତା  

କେତେ ଧୋଇଛି ତୁଠର ପଥର ଆଣିବାକୁ ସ୍ୱଚ୍ଛତା  

ତଥାପି ମୁଁ ହୁଏ ଅଳିଆ କରିଦିଅ ସ୍ୱଚ୍ଛ ହେ ଅଳସୀ ନଈ ରଖନି ଦୂରତା ।। - - - ୫



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance