Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Soumya Ranjan Khatua

Romance Fantasy Inspirational

4  

Dr.Soumya Ranjan Khatua

Romance Fantasy Inspirational

ଇନ୍ଦ୍ରଧନୁରେ ଯେବେ ଲାଗେ ଅଷ୍ଟମରଙ୍ଗ

ଇନ୍ଦ୍ରଧନୁରେ ଯେବେ ଲାଗେ ଅଷ୍ଟମରଙ୍ଗ

1 min
727


ଇନ୍ଦ୍ରଧନୁରେ ଯେବେ ଲାଗେ ଅଷ୍ଟମ ରଙ୍ଗ ଛଟା

ଦୁଃଖେ ଉବୁଟୁବୁ ଜୀବନେ ଆସେ ଆଶାର ବାର୍ତ୍ତା

ଆଗତ ସୁଖର ଆଭାସେ ମନରେ ଖେଳେ ଅସ୍ଥିରତା

ମନରେ ଆସେ ଖୁସିର ବ୍ୟଗ୍ରତା ।


ଜୀବନେ ଅଷ୍ଟମ ରଙ୍ଗ ସ୍ପର୍ଶର ବାର୍ତ୍ତା

ଭୁଲିଯାଏ ସାତ ରଙ୍ଗର ମାଧୁର୍ଯ୍ୟତା

ଉପେକ୍ଷିତ ଥିବା ତା ଜୀବନ ଜୁଆରେ ଆସେ ଭଟ୍ଟା

ଜୀବନ ଚହଟେ ମନ ଅଗଣାରେ ବଢି ମାଳତୀ ଲତା ।


ଅନେକ ଅସମ୍ଭବ ରେ ଆସେ ସମ୍ଭାବନା

ଅମା ରଜନୀରେ ପୁନେଇଁ ଜହ୍ନର ହୁଏ ବର୍ଣ୍ଣନା

ଆକାଶ ସାରା ମହକେ ଗୋଲାପର ବାସ୍ନା

ନିଦାଘ ଦହନରେ ଚନ୍ଦନ ଛିଟାର କଳ୍ପନା ।


ଦେହେ ଖେଳେ ଅପୂର୍ବ ଅନୁଭବ

ଅପ୍ରତ୍ୟାଶିତ ଶିହରଣର ଖେଳେ ପର୍ବ

ଚାତକ କେକୀର ତୃଷ୍ଣା ନିର୍ବାରଣ ହୁଏ ଖୁବ

ଅନିୟନ୍ତ୍ରିତ ଇନ୍ଦ୍ରିୟଙ୍କ ଅପ୍ରାପ୍ତିରେ ପ୍ରାପ୍ତି ଯେ ଅପୂର୍ବ ।


ସେ ଅଷ୍ଟମ ରଙ୍ଗ ଭାରି ବେମୁରବିଆ

କରେ ମନ କୁ ସେ ଆନମାନିଆ

କିଛି କ୍ଷଣେ ଭୁଲାଏ ସେ ବାସ୍ତବ ଦୁନିଆଁ

ସ୍ୱପ୍ନରେ କରେ ବିଭୋର ପ୍ରେମ ସେ ରଙ୍ଗର ଯେ ସାଙ୍ଗିଆ ।


Rate this content
Log in

Similar oriya poem from Romance