Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Soumya Ranjan Khatua

Abstract Inspirational Others

4  

Dr.Soumya Ranjan Khatua

Abstract Inspirational Others

ଥକି ଯାଆନା ରେ ଜୀବନ

ଥକି ଯାଆନା ରେ ଜୀବନ

1 min
318


ଜୀବନର ସ୍ୱାଦ ଅମୃତ ସୁନ୍ଦର

ଥିଲେ ସକଳ ସୁବିଧାରେ ,

ଜୀବନ ସାଜି ଯାଏ କୁରୁକ୍ଷେତ୍ର

ଭୋକିଲା ପେଟ ଓ ମୁଠେ ଅନ୍ନ ଖୋଜିବାରେ ,

ଜୀବନର ଅସମାହିତ ଆବଶ୍ୟକତା ଓ

ତାକୁ ପୂରଣ କରିବା କୁସ୍ତିରେ ,

କେବେ ହୋଇଯାଏ ଏକ ପ୍ରଶ୍ନବାଚୀ

ମୌଳିକ ସୁଖ ସୁବିଧା ନ ମିଳିବାରେ । ୧


ବର୍ତ୍ତମାନ ସୁଧାରିବା ପ୍ରୟାସେ

ସୁନ୍ଦର ମିଠା ସ୍ମୁତି ଆଜି ଶୈଶବଅତୀତ ,

ଲୁପ୍ତ ହେବାକୁ ଲାଗିଛି ସ୍ୱପ୍ନସମୂହ

ଅନିଶ୍ଚିତ ଯେ ଭବିଷ୍ୟତ,

ତଥାପି ଜୀବନ ଯୁଦ୍ଧରେ ନହାରି ଏବେ ବି

ମୁ ଜୀବିତ ,

ସାହା ସିନା ଆଶା ବାଡ଼ି ତଥାପି

ରହିଛି ସଦା ସର୍ବଦା ଚେଷ୍ଟିତ । ୨


ବିଦ୍ରୁପ ନକରି ନିଜ ଆତ୍ମବିଶ୍ୱାସକୁ ,

ବିବେକ ଆଲୋକେ ଦୀପ୍ତିମନ୍ତ

ହୋଇ ଚାଲିବା ସତକର୍ମ କରିବାକୁ ,

ନଭାଙ୍ଗି କରିବା ବୁଦ୍ଧିରେ ବିଶ୍ଳେଷଣ ହାରିବାକୁ ,

ଶପଥ ନେବା ଥକି ଯାଆନା ରେ

ଜୀବନ ଅଛି ବହୁ ଆଗକୁ ବଢିବାକୁ । ୩


ଏ ଜୀବନର ପ୍ରଶ୍ନ ସତେ ମରୀଚିକା ରୂପୀ ,

ମାର୍ଗ ତାର ଲୁକ୍କାୟିତ ଚାବିର ଅଧିକାରୀ ଅନେକାଶ୍ଚର୍ଯ୍ୟର ସମାହିତ ନିୟତି ,

ଆଜି ମୁଁ ଶରଣାଗତଃ ତୁମର ହେ ଈଶ୍ୱର ଏବଂ ପ୍ରକୃତି ,

ସବୁ କଷ୍ଟ ଲିଭେଇ ଗଢି ଦିଅ ମୋ ଜୀବନ ରହିଯାଉ ପଛେ

ହୋଇ ପ୍ରଶ୍ନବାଚୀ ଅନେକ ପ୍ରଶ୍ନ ସେମିତି । ୪



Rate this content
Log in

Similar oriya poem from Abstract