ମୋ ପ୍ରିୟା
ମୋ ପ୍ରିୟା
ଚାଲିରେ ତୋର ଭରିଛି ଅଳସୀ ଛୁଆଁ
ରାଜ ହଂସୀ ଯାଏଁ ଲାଜେଇ ପ୍ରିୟା
ହସରେ ତୋର ମୁକୁତାର ଯେ ବନ୍ୟା
ତୋତେ ଯିଏ ପାଇବ ପ୍ରିୟା ଗରିବ ରହିବ କିଆଁ ।
ରଙ୍ଗ ଯେ ତୋର ହଳଦୀ ଗଣ୍ଠି
ହଳଦୀ ବସନ୍ତ ଲାଜେଇ ଯାଏ କେମିତି
ଜାଣିଚୁ ପ୍ରିୟା ଦେଖି ତୋ ରୂପ କାନ୍ତି
ପଥରେ ମୁଣ୍ଡ ପିଟଇ ତୋ କଥା ଭାଳି ଜାଣୁ କେମିତି ।
ଲାଲଟୁକ ଟୁକ ଓଠକୁ ତୋ ଯେବେ
ଫଗୁଣ ବସନ୍ତେ ସ୍ପର୍ଶ କରି ଭାବେ
ଧେତ ମୋ ଭାଗ୍ୟ ମୋ ରଙ୍ଗ ଭିକା ଲାଗେ
ସେ ସଜଳ ଢ଼ଳ ଢ଼ଳ ଓଠ ଯୋଡ଼ିକ ସୁନ୍ଦର ମୋ ରଙ୍ଗଠୁ ଲାଗେ ।