ଏଇ ଧୂସର ଆକାଶ ତଳେ
ଏଇ ଧୂସର ଆକାଶ ତଳେ
ଦଣ୍ଡାୟମାନ ମୁଁ ! ଚାହିଁ ଆକାଶକୁ ,
ତା ନୀଳ ବର୍ଣ୍ଣ ନିର୍ବିଶେଷରେ ଆଜି ବାଧ୍ୟ ଶ୍ୟାମଳତା ଆଙ୍କିବାକୁ ,
ଆଜି ଖୋଜିହୁଏ ତା ସେ ସୁନ୍ଦରତା କୁ ,
ଲେଉଟାଇ ସେ ଧୁସରିଆ ବଉଦ କୁ ।
ସେ ଧୁସରିଆ ଆକାଶ ପଣତ ଆଢୁଆଳରେ ,
ତା ଛାତିରେ ରାଜୁତି କରୁଥିବା କଳା ବଉଦ ଅନ୍ତରାଳରେ ,
ଲୁଚି ଯାଇଛନ୍ତି ଦିବାକର ଦିନ ଦ୍ବିପହରରେ ,
ସତେ ଦୁର୍ବଳ ସେ ଶକ୍ତିର ଉତ୍ସ ଏ ଧୂସର ଆକାଶ ଆଗରେ ।
ମନ ମୋ ହୁଏ ଆନ୍ଦୋଳିତ ,
ଅଶାନ୍ତ ଯେ ମନ ହୃଦୟ ପୁଣି ବିଚଳିତ ,
ଆଲୋକ ଉତ୍ସକୁ ଯେ କଳା ମେଘ କରିଛି ଗର୍ଭଗତ ,
କିନ୍ତୁ କିଛି କ୍ଷଣ ଅନ୍ତରାଳେ ବାଦଲ ମଧ୍ୟେ ସଂଘର୍ଷ ହେଲେ ସଙ୍ଘଠିତ ।
ଝର ଝର ମେଘ ଗଲା ଯେ ବରଷି ,
ଚାଷୀ କୁଳ ଗଲା ବିଲକୁ ହସି ହସି ,
ତା ଧୂସର ଆକାଶେ କିଛି ସମୟରେ ସାତ ରଙ୍ଗେ ଗଲା ଝଲସି
ଧୁସରିଆ ଆକାଶ ଏବେ ସୂର୍ଯ୍ୟ।ଲୋକେ ଗଲା ହସି ।
କି ଜୀବନ୍ତ ରୂପ ଏ ଧରା ପୃଷ୍ଠରେ ,
ବୈଚିତ୍ର ଅନେକ ବିଭବ ଚିନ୍ତାମୁକ୍ତ କରେ ,
ଧୂସର ଆକାଶ ଆଜି ସବୁଜ ଧରା ସଜାଏ ନିର୍ଭୟରେ ,
ପ୍ରକୃତିର ଏ ବୈଚିତ୍ର ସୃଷ୍ଟି ସଞ୍ଚାଳନରେ ।