STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ପୁରଞ୍ଜନ ଉପାଖ୍ୟାନ

ପୁରଞ୍ଜନ ଉପାଖ୍ୟାନ

2 mins
238


    ପୁରଞ୍ଜନ ଉପାଖ୍ୟାନ 

ପୁରଞ୍ଜନ ଉପାଖ୍ୟାନ ମାଧ୍ୟମରେ

ଜୀବ ପରମ ରହସ୍ୟ

ପଶୁ ବଳି ନୁହେଁ ଯଜ୍ଞର ନିୟମ

କାହାଣୀ ଧାରେ ପ୍ରକାଶ

ସ୍ଵର୍ଗ ଲାଭ ଆଶା ରଖି ଯାଗଯଜ୍ଞ

ପୁଣି ପଶୁ ବଳି ଧାରେ

ଧ୍ରୁବ ବଂଶଧର ରାଜା ଥିଲେ ସେହି

ପ୍ରାଚୀନବହି ନାମରେ

ପଶୁ ବଳି ପ୍ରାୟ ଥିଲା ତାଙ୍କ ବିଧି

ଯଜ୍ଞ ଆୟୋଜନ ଧାରେ 

କ୍ରମେ ପହଞ୍ଚିଲେ ମହର୍ଷି ନାରଦ

ରାଜାଙ୍କ ଯଜ୍ଞ ସ୍ଥଳରେ

ପଶୁ ବଳି ଠାରୁ ନିବୃତ୍ତି ଉଦ୍ଦେଶ୍ୟେ 

ପୁରଞ୍ଜନ ଉପାଖ୍ୟାନ

ଅତି ସହଜରେ ବୁଝି ହେଲା ପରି 

କାହାଣୀ ହେଲା ବର୍ଣ୍ଣନ


ପୁରଞ୍ଜନ ନାମେ ଥିଲେ ଏକ ରାଜା

ଭୋଗ ବିଳାସୀ ପ୍ରାୟତଃ

ମନୋରମ ନଗରୀର ସନ୍ଧାନରେ

ନିଜକୁ କଲେ ଜଡ଼ିତ

କ୍ରମେ ନବ ଦ୍ବାର ଥିବା ନଗରୀର

ସୌନ୍ଦର୍ଯ୍ୟରେ ବିମୋହିତ

ନିଜ ରାଜ୍ୟ ଭୁଲି ନୂଆଁ ନଗରୀରେ

କରିଲେ କାଳାତିପାତ

ଏକଦା ସୁନ୍ଦର ତରୁଣୀ ସହିତ

ସାକ୍ଷାତ ହୋଇବା ପରେ

ବିବାହ ସହିତ ଅନେକ ସନ୍ତାନ

ଲାଭ ହେଲା ବି ଅଚିରେ


ଅଚାନକ ସେହି ନଗରୀ ଉପରେ

ଅତର୍କିତ ଆକ୍ରମଣ

ଚଣ୍ଡବେଗ ନାମେ ସେ' ଗନ୍ଧର୍ବ ପତି

ଆକ୍ରମଣର କାରଣ

ତିନି ଶହ ଷାଠିଏ ଗନ୍ଧର୍ବ ସାଥେ

ଥିଲେ ପତ୍ନୀ ସେମାନଙ୍କ

ସୁନ୍ଦର ନଗର କ୍ରମେ ହେଲା ଧ୍ଵଂସ 

ପରିସ୍ଥିତି ଭୟାନକ

ପହଞ୍ଚିଲେ ଆସି ଏକ ଯାଦୁଗର 

ପୁରଞ୍ଜନ ନଅରରେ

ରୂପସୀ ରମଣୀ ରୂପେ ପୁରଞ୍ଜନ

ପରିଣତ ଯାଦୁ ଧାରେ

ରାଜା ପୁରଞ୍ଜନ ହରାଇ ବସିଲେ

ନିଜର ସ୍ମରଣ ଶକ୍ତି

ସୁନ୍ଦରୀ ରୂପରେ ନିଜକୁ ସଜାଇ

ଘୁରି ବୁଲିଲେ ସମ୍ପ୍ରତି

ବିବାହ ସମ୍ପନ୍ନ ଏକ ରାଜା ସାଥେ 

ନାମ ତା' ମଳୟଧ୍ଵଜ

ରାଣୀ ରୂପେ ଥିଲେ ପୁରଞ୍ଜନ ରାଜା

ନିଜକୁ ମଣି ସହଜ

ଅଚାନକ ସେହି ମଳୟ ଧ୍ୱଜଙ୍କ

ପିଣ୍ଡ ରୁ ଉଡ଼ିଲା ପ୍ରାଣ 

ଚିତା ଧାରେ ପ୍ରାଣ ବିସର୍ଜନ

ପାଇଁ 

ବ୍ୟଗ୍ର ରାଣୀ ପୁରଞ୍ଜନ 

ସେ' ସମୟେ ଏକ ବ୍ରାହ୍ମଣ ପହଞ୍ଚି

କରାଇଲେ ଅବଗତ

ରାଣୀ ରୂପ ନୁହଁ ଅସଲ ଚେହେରା

ସ୍ମରଣ ହେଉ ଅତୀତ

ହଂସ ରୂପେ ଦୁହେଁ ଦୁହିଁଙ୍କର ପାଇଁ 

ଥିଲେ ପୂର୍ବ ଜନମରେ

ବ୍ରାହ୍ମଣ ବୁଝାଇ କହିଲେ ରାଜାଙ୍କୁ

ଅତି ସରଳ ଭାଷାରେ

ସବୁ ଶୁଣି ରାଜା ପୁରଞ୍ଜନଙ୍କର 

ଉଦୟ ହେଲା ଚୈତନ୍ୟ 

ନିଜ ପୂର୍ବ ରୂପ ଫେରି ବି ପାଇଲେ

କାହାଣୀ ହେଲା ସମ୍ପୂର୍ଣ୍ଣ


କାହାଣୀ ଶେଷରେ କହିଲେ ନାରଦ

ଜୀବ ,ରାଜା ପୁରଞ୍ଜନ

ବ୍ରାହ୍ମଣ ଅଟନ୍ତି ପରମ,ଈଶ୍ୱର 

ମନ ଧ୍ୟାନ ଦେଇ ଶୁଣ

ସୁନ୍ଦରୀ ରମଣୀ ବିବାହ ପ୍ରସଙ୍ଗ

ଗଣା, ଦୂର୍ବୁଦ୍ଧି ରୂପରେ

ନବ ଦ୍ବାର ଯାହା ଥିଲା ନଗରୀରେ

ଅଛି ତାହା ଶରୀରରେ

ଦୁଇ ଆଖି,ଦୁଇ ନାକ ପୁଡ଼ା ସହ

ଏକ ପାଟି, ଦୁଇ କାନ 

ମଳ ,ମୂତ୍ର ଦ୍ବାର ଅଛି ଶରୀରରେ

ନବ ଦ୍ଵାରର ବିଧାନ

ତିନି ଶହ ଷାଠିଏ ଗନ୍ଧର୍ବ ଗନ୍ଧର୍ବୀ 

ଦିନ ରାତି ସର୍ବୋପରି

ଚଣ୍ଡବେଗ ଅଟେ ସେହି ମହାକାଳ 

ଯାଦୁଗର ମୃତ୍ୟୁ ପରି 

ହଂସ ଦୁଇ ଅଟେ ଜୀବ ଓ ପରମ

ଦୁଇ ବନ୍ଧୁ ସହଜରେ

ପରମ ଆସଇ ବିପଦ ସମୟେ

ବନ୍ଧୁର ମହତ୍ତ୍ଵ ଧାରେ

ଜୀବାତ୍ମା ନିଜର ଭୋଗେ କର୍ମ ଫଳ

କେବେ ସୁଖ,କେବେ ଦୁଃଖ

"ମୁଁ " ଓ "ମୋର " ଭାବନାରେ ଅହଙ୍କାର 

ପରିଣାମ ଘୋର ଦୁଃଖ

କର୍ମ ବନ୍ଧନରେ ବନ୍ଧା ହୋଇ ଜୀବ 

ଭୋଗଇ ଦୁଃଖ ଯନ୍ତ୍ରଣା 

ମୋହ ତୁଟି ଗଲେ ,ଦୁଃଖ ଅବସାନ

ରହିଛି ବି ସମ୍ଭାବନା


ଯାଗଯଜ୍ଞ ସ୍ଥଳେ ପଶୁ ବଧ କରି

ସ୍ଵର୍ଗ କାମନା ନିଷ୍ଫଳ

ସତ୍କର୍ମ ବଳରେ ସନ୍ତୁଷ୍ଟ ଶ୍ରୀହରି 

ଚିତ୍ତ ନିବେଶ ତହିଁକି

ତ୍ରାଣକର୍ତ୍ତା ପ୍ରଭୁ ସ୍ଵୟଂ ସେ' ଶ୍ରୀହରି 

ହିତକାଂକ୍ଷୀ ,ଆପଣାର

ଏ ଗୁଢ଼ ରହସ୍ୟ ବୁଝିବା ବିଧେୟ

ମଙ୍ଗଳ ହେବ ପ୍ରାଣୀର 



Rate this content
Log in

Similar oriya poem from Abstract