STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ଅଜାମିଳ ଚରିତ

ଅଜାମିଳ ଚରିତ

2 mins
350


ରୋଗାକ୍ରାନ୍ତ ଶରୀର ଯନ୍ତ୍ରଣା ମରଣ ଶଯ୍ୟାରେ 

ପୁତ୍ର ନାରାୟଣ ପ୍ରତି ଡାକ ବ୍ୟାକୁଳ ହୃଦରେ

ଭୟଙ୍କର ଯମ ଦୂତ ଦୃଶ୍ୟ ଶେଷ ମୁହୂର୍ତ୍ତରେ 

ନାରାୟଣ ନାମ ଥିଲା ଅଜାମିଳର ମୁଖରେ

ନାରାୟଣ ନାମ ଶୁଣି ଉଭା ହେଲେ ବିଷ୍ଣୁ ଦୂତ 

ଦୁଇ ପକ୍ଷ ଦୂତ ମଧ୍ୟେ ତର୍କ କ୍ରମେ ବିସ୍ତାରିତ

ଅଜାମିଳ ଜୀବନର ଚରିତ୍ର ସମୀକ୍ଷା ଧାରେ

ନାରାୟଣ ନାମର ମହିମା ଜ୍ଞାତ ସହଜରେ


ଏକ ନୈଷ୍ଠିକ ବ୍ରାହ୍ମଣ କୁଳେ ଜନ୍ମି ଅଜାମିଳ 

ଶାସ୍ତ୍ର ବିଶାରଦ ସହ ଥିଲା ହୃଦୟ ନିର୍ମଳ

ପିତାମାତା ଗୁରୁଜନ ବୃଦ୍ଧ ମାନଙ୍କ ସେବାରେ

ନିୟୋଜିତ ଥିଲା ଅଜାମିଳ ପ୍ରତି ମୁହୂର୍ତ୍ତରେ 

ମନ ମଧ୍ୟେ କାମନା ବାସନା ହେଲା ବଳବତି

ପତିବ୍ରତା ପତ୍ନୀ ସତ୍ବେ ବେଶ୍ୟା ପ୍ରତି ବି ଆସକ୍ତି

ବେଶ୍ୟାଶକ୍ତ ଅଜାମିଳ ଭୁଲି ହିତାହିତ ଜ୍ଞାନ

ପରିବାର ପରିଜନ ଠାରୁ କ୍ରମଶଃ ବିଚ୍ଛିନ୍ନ 

ନିଜ ପିତାମାତା ପୁଣି ପତ୍ନୀ ପରିତ୍ୟାଗ ପରେ

ଅବଶିଷ୍ଟ ଜୀବନ କ୍ରମଶଃ ବେଶ୍ୟା ସହିତରେ

ବେଶ୍ୟା ସୁଖ ଅର୍ଥେ ପୈତୃକ ସମ୍ପତ୍ତି ଅପବ୍ୟୟ 

କ୍ରମେ ଅର୍ଥ ଶୂନ୍ୟ ପରେ ଦସ୍ୟୁ ବୃତ୍ତି କୁ ପାଥେୟ

ବେଶ୍ୟା ଔରସରୁ ଜନ୍ମି ଥିଲେ ଦଶଟି ସନ୍ତାନ

କନିଷ୍ଠ ସନ୍ତାନ ନାମକରଣ ହିଁ ନାରାୟଣ

ନଅ ଟି ସନ୍ତାନ ଜନ୍ମ ଦେଇ ସେଇ ବେଶ୍ୟା ନାରୀ

ସାଧୁ ସନ୍ଥଙ୍କ ସେବାରେ କ୍ରମେ ଧ୍ୟାନ ସର୍ବୋପରି

ଅଜାମିଳ ଦ୍ଵାରା ଯେଉଁ ଧନ ଦସ୍ୟୁ ବୃତ୍ତି ଧାରେ

ପତ୍ନୀ ରୂପୀ ବେଶ୍ୟା ଦ୍ଵାରା ନାପସନ୍ଦ ହେଲା ଧିରେ

ଗର୍ଭରେ ସନ୍ତାନ ଥାଇ ସ୍ୱ ଅର୍ଜିତ ଅର୍ଥ ବଳେ 

ଗୃହ ମଧ୍ୟେ ଭଜନ କୀର୍ତ୍ତନ ହେଲା ସାଧୁ ମେଳେ 

ଜନ୍ମ ହେଲା ଯେବେ ଏକ ପୁତ୍ର ଯଥା ସମୟରେ

ନାରାୟଣ ନାମେ ହେଲା ନାମକରଣ ଶ୍ରଦ୍ଧାରେ 

ଅଜାଣତେ ଅଜାମିଳ ଡାକି ଅଛି ନାରାୟଣ 

ପୁତ୍ର ନାମ ଧାରେ ବିଷ୍ଣୁଙ୍କ ନାମ ହେଲା ସ୍ମରଣ

ଶୟନେ ସପନେ ଅବା ଜାଗରଣେ ହରି ସ୍ମରି 

ମହାପାପୀ ଅଜାମିଳ ମୁକ୍ତି ପ୍ରାପ୍ତି ସର୍ବୋପରି

ଆପେ ଫେରିଗଲେ ଯମ ଦୂତ ସମୀକ୍ଷା ଶେଷରେ

ଅଜାମିଳ ଲିପ୍ତ ହେଲା ହରି ନାମ ଭଜନରେ


ଅଜାମିଳ ଅଜାଣତେ ପୁତ୍ର ନାମ ଡାକ ଧାରେ

ଗ୍ରହଣୀୟ ହେଲା ନାରାୟଣ ପ୍ରତି ସ୍ମରଣରେ 

ପୁତ୍ର ନାମ ଜପି ଜପି ତରିଗଲା ଅଜାମିଳ 

ମୃତ୍ୟୁ ପରେ ବିଷ୍ଣୁ ଲୋକ,ଅବଶ୍ୟ ହେଲା ସଫଳ

ରାମ କୃଷ୍ଣ ନାରାୟଣ ମାଧବ ମଧୁସୂଦନ

ସମାଜରେ ପୁତ୍ର ନାମ ହେଉଛି ନାମ କରଣ

ଧନ୍ୟ ଅଜାମିଳ, ଧନ୍ୟ ତୁମ ଜୀବନ ବୃତ୍ତାନ୍ତ

ମଣିଷ ସମାଜ ପାଇଁ ଶିକ୍ଷା ଆକାରେ ଦୃଷ୍ଟାନ୍ତ

କୁସଙ୍ଗ ଓ ବ୍ୟଭିଚାର ଯୌବନର ଉଦାମତା

ପରିଣତି ବୟସରେ କ୍ରମେ ଅବଶ୍ୟ ଦୁଶ୍ଚିନ୍ତା

ଧର୍ମ ପଥେ ରହି ଧନ ଉପାର୍ଜନ ଧାରେ ଧର୍ମ

ଅନ୍ତ କାଳେ ସେଇ ଧର୍ମ ଜୀବନର ସାର ମର୍ମ 

କାମନା ବାସନା ନ ହେଉ ଲକ୍ଷ୍ୟ ଏ ଜୀବନର 

ଅଜାମିଳ ଚରିତ ରୁ ଶିକ୍ଷା, ଜୀବନ ସଂସ୍କାର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract