STORYMIRROR

Tapaswini DashSarangi

Abstract Drama Classics

5  

Tapaswini DashSarangi

Abstract Drama Classics

ବିଚିତ୍ର ଦୁନିଆଁ

ବିଚିତ୍ର ଦୁନିଆଁ

1 min
364

କି କହିବି ସଖୀ ଏ ଦୁନିଆ କଥା 

ଭାବିଲେ ଲାଗଇ ଲାଜ

କେହି ନୁହେଁ ଏଠି ନିଜର ତୋର ଲୋ

ଜୀବନ କଣ୍ଟାର ଶେଜ।

ଭାବିବୁନି ସଖୀ ନିଜର କାହାକୁ 

ଫସନା ମଧୁର ଚିତ୍ତେ

କେତେବେଳେ ତୋର ଗୋଡ଼ ଖସିଯିବ

ପଡିବୁ ବିଷମ ଗର୍ତ୍ତେ।

ନିଜର ନିଜର କହୁଥିବେ ସଖୀ

କୁଟୀଳତା ମନେ ନେଇ

ଗଣୁଥିବୁ ସଖୀ ଦିନରେ ତାରା ଲୋ

ଚାଲିଯିବେ ଦଗା ଦେଇ।

ଜିଇଁଲା ବେଳରେ ପାଖ ନ'ମାଡିବେ

ମଲା ବେଳେ ପାଶେ ଆସି

ତୁଚ୍ଛାଟାରେ ଫଟେ ମାଳକୁ ଲଗାଇ

ସ୍ମୃତି ପ୍ରକ୍ଷାଳିବେ ବସି।

ହଜିଗଲେ ସଖୀ ଖୋଜା ହୁଏ ଏଠି

ଭାଙ୍ଗିଗଲେ ଲୋଡ଼ା ହୁଏ

ବଡ଼ ବିଚିତ୍ର ଏ ଦୁନିଆ ଅଟେ ଲୋ

ସ୍ମୃତି ଖାଲି ଝୁରା ହୁଏ।

କେ ନୁହେଁ ଆପଣା ଦୁନିଆଁ ନାଟକେ

କରନ୍ତି ଯେ ଅଭିନୟ

ମୁଖେ ରକ୍ତୋତ୍ପଳ ଭିତରେ ଗରଳ

ମନରେ ରଖୁଥା ଭୟ।

ବିପଦେ ଆପଦେ ଅବା କି ପ୍ରମାଦେ

ସୁମରୁଥା ତୁ ଗୋବିନ୍ଦ

ସତରେ ଲୋ ସଖୀ ପାଇବୁ ତୁ ଶାନ୍ତି

ଲଭି ସୁଧା ମକରନ୍ଦ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract