STORYMIRROR

Tapaswini DashSarangi

Abstract Classics Inspirational

4  

Tapaswini DashSarangi

Abstract Classics Inspirational

ଆତ୍ମା ନନ୍ଦିଘୋଷ

ଆତ୍ମା ନନ୍ଦିଘୋଷ

1 min
214

ଶିରିକ୍ଷେତ୍ରେ ଜନ୍ମ ହୋଇ 

ତୁମ ଠାରୁ ଦୂରେ ଯାଇ

ସହି ପାରେନା ପ୍ରଭୁ ଆଉ

ଜନମ ତୁମ ପାଶରେ

ଭାଗ୍ୟ ମୋ ଦୂର ଦେଶରେ

କାହିଁକି ଦେଲ ଏହି ଦାଉ ।


ଏହି ଦାଉ ସହିଯିବି

ଅଭିଯୋଗ ନକରିବି

ରଖିବ ଯଦି ଅନୁରୋଧ

ମୋ ଆତ୍ମା ନନ୍ଦିଘୋଷରେ

ବସନ୍ତନି ତୁମେ ଥରେ

ଚାଲନ୍ତା ହୃଦେ ଘୋଷଯାତ।


ଘୋଷଯାତ ଗହଳିରେ

ଘଣ୍ଟ ଘଣ୍ଟା ଶବଦରେ

ଶୁଦ୍ଧି ହୁଅନ୍ତା ଅନ୍ତଃମନ

ମୋହ ମାୟା କାମ କ୍ରୋଧ

ହୁଅନ୍ତେ ଚାରି ତୁରଙ୍ଗ

ନିର୍ବାଣ ପାଆନ୍ତା ଏ ପ୍ରାଣ।


ଏ ପ୍ରାଣ ତ ତୁମ ଦାନ

 କରେ ବୃଥା ଅଭିମାନ

ତୁମେ ମୋ ପରାଣ ସାରଥୀ

ଭାବନାରେ ଅଛ ତୁମେ

ମୁଁ ଖାଲି ଖୋଜେ ଭ୍ରମେ

ତୁମ ବିନା ନାହିଁ ମୁକତି ।


ମୁକତି ପଥକୁ ଖୋଜେ

ତୁମ ପ୍ରେମେ ନିତି ଭିଜେ

କୃପା ଉଣା କରିବନି ଆଉ

ଏଇ ଭାଗ୍ୟ ଏଇ କରମ

ସବୁ ତୁମ ଅବଦାନ

 ନାମ ଜପି ଜୀବନ ଯାଉ ।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract