Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapaswini DashSarangi

Abstract Fantasy Inspirational

3  

Tapaswini DashSarangi

Abstract Fantasy Inspirational

ହାରି ଯାଇଥିବା ସମ୍ପର୍କ

ହାରି ଯାଇଥିବା ସମ୍ପର୍କ

1 min
366


କପଟପାଶାରେ ଗୋଟୀ 

ସଜେଇଲା ପରେ

ତୁମେ କେଉଁ ସମ୍ପର୍କର

ପରିଚୟ ଖୋଜୁଛ

ସେହି ସମ୍ପର୍କ ଯାହା ବାରମ୍ବାର

ହାରି ଚାଲିଛି ନିରାଶା ପଶାପାଲିରେ

ତଥାପି ଖୋଜୁଛି ତା' ଅସ୍ତିତ୍ଵ ।


ଅପବାଦର ଜଉଘରେ 

ଜାଳି ହେଲା ପରେ

ତୁମେ କେଉଁ ସମ୍ପର୍କର 

ଦ୍ଵାହି ଦେଉଛ

ସେହି ସମ୍ପର୍କ ଯାହା ଅସହ୍ୟ ଯନ୍ତ୍ରଣା

ଅଯାଚିତ ଛଳନାର କୁଢ଼ କୁଢ଼

ପାଉଁଶ ଗଦା ଭିତରେ

ହୋଇ ପଡୁଛି ଅଣନିଃଶ୍ଵାସୀ ।


ବିଶ୍ୱାସ ଓ ସମ୍ପର୍କର ମହାସମରରେ

ହାରି ଚାଲିଥିଲା ବିଶ୍ଵାସ

ଶଠତା ପ୍ରତାରଣା କୁରୁସେନା ସାଜି

ଭାଙ୍ଗି ଚାଲିଥିଲେ ବିଶ୍ଵାସର ଶୀଳତାକୁ

ତଥାପି କେଜାଣି କେଉଁଠି 

ଏ ନିଃଶ୍ବାସ ଅପେକ୍ଷା କରିଥିଲା

କେଉଁ ଏକ ଗାଣ୍ଡିବକୁ

ଅବା ଉଦୟାଚଳରେ ବିଜୟର ସୂରୁଜକୁ ।



Rate this content
Log in

Similar oriya poem from Abstract