Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapaswini DashSarangi

Tragedy Inspirational Others

3  

Tapaswini DashSarangi

Tragedy Inspirational Others

ଅଧିକାର ପାଇଁ ଅନଶନ

ଅଧିକାର ପାଇଁ ଅନଶନ

1 min
331


ସେ ତ ଚାହୁଁନି

ସାଗର କୂଳର ବିସ୍ତୀର୍ଣ୍ଣ ବେଳାଭୂମି 

ସେ ଚାହୁଁଛି 

ତୁମ ଘର ଅଗଣାର ତୁଳସୀ ହେବା ପାଇଁ ।

ସେ ତ ମାଗୁନି 

ସୀମାହୀନ ବିଶାଳ ଆକାଶ 

ସେ ତ ମାଗୁଛି

ତୁମ ହୃଦୟରେ ଚେନାଏ ଜାଗା ।

ସେ ତ ଲୋଡୁନି

ସମ୍ପତ୍ତିର ଅମାପ ଭଣ୍ଡାର

ସେ ତ ଲୋଡୁଛି

ଖାଲି ତା' ସିନ୍ଦୁରର ନ୍ୟାଯ୍ୟ ଅଧିକାର ।


ତା'ର ଏ ଚାହିଁବା ମାଗିବା ଲୋଡିବା

ଭିତରେ କି ଭୁଲ୍ ରହିଗଲା ତେବେ ?

ସର୍ତ୍ତର ପାହାଡ଼ କାହିଁକି ତା' ପାଇଁ

ପାତର ଅନ୍ତର ମନୋଭାବ କାହିଁକି ତା' ପାଇଁ

ସେ ତୁମ ଝିଅ ନୁହେଁ ବୋହୂ

ସେ ତୁମ ଅଂଶ ନୁହେଁ ପରଅଂଶୀ

ଏଇଆ ନା !

ତୁମେ ତା' ହକ୍ ଦାବିକୁ ବଦନାମ କରି

ତା'ର ଆତ୍ମ ସମ୍ମାନକୁ ପାଦରେ ଦଳି

ତୁମ ବଡ଼ପଣ ଜାହିର୍ କରୁଛ ।

ଠିକ୍ ଅଛି ହେଲେ ଡର ଥରେ

ନାରୀର ଲୁହକୁ 

ଇତିହାସ ସାକ୍ଷୀ ଅଛି 

ଡହଡହ ଗରମ ଲୁହର ସାମର୍ଥ୍ୟ 

ଆଉ ତପ୍ତ ନିଃଶ୍ବାସର ପରାକ୍ରମ ପାଇଁ ।


ବଦଳିଛି ଯୁଗ ବଦଳିଛି ସମୟ

ହେଲେ ବଦଳିନି ଘୃଣ୍ୟ ମାନସିକତା

ବଦଳିଲେ ଚରିତ୍ର ବଦଳି ଯାଏ ବ୍ୟବହାର ।

ଲୋକେ କଣ ଭାବିବେ 

ସମାଜ କଣ କହିବ ଭାବି

ଭାଙ୍ଗିଯାଏ ସମ୍ପର୍କ ଆଉ ତା' ଭିତରେ

ବସା କରିଥିବା ଆତ୍ମୀୟତା।

ସମୟ ସହିତ ବଦଳାଅ ତୁମର

ଭାବନା ବିବେକ ଓ ଚିନ୍ତାଧାରା

ଦାନୀପଣ ଦେଖାଅ ତୁମ ବଡ଼ପଣର ।


Rate this content
Log in

Similar oriya poem from Tragedy