ମା' ଲୋ ତୁ ଆସିଛୁ ବୋଲି
ମା' ଲୋ ତୁ ଆସିଛୁ ବୋଲି
ମା' ଲୋ ତୁ ଆସିଛୁ
ସେଥିପାଇଁ ବୋଧେ
ଜୀବନ ଯନ୍ତ୍ରଣା ଯାଇଛି ଭୁଲି
ପୟରେ ଶରଣ ଲୋଡୁଛି ବୋଲି ।
ମା' ଲୋ ତୁ ଆସିଛୁ
ସେଥିପାଇଁ ବୋଧେ
ଆଖିର ନିଦକୁ ବିଦାୟ ଦେଲି
ତୋ ପଣତ ଆଶ୍ରା ଖୋଜୁଛି ବୋଲି ।
ମା' ଲୋ ତୁ ଆସିଛୁ
ସେଥିପାଇଁ ବୋଧେ
ଲୁହକୁ ଗୁପତେ ସାଇତି ଥିଲି
ଲୋତକେ ସଳିତା ଜାଳିବି ବୋଲି ।
ମା' ଲୋ ତୁ ଆସିଛୁ ବୋଲି
ଜଞ୍ଜାଳ ସବୁ ମୁଁ ଦେଇଛି ଠେଲି
ଜନନୀ ତୋ ସେବା କରିବି ବୋଲି ।
ମା' ଲୋ ତୁ ଆସିଛୁ
ସେଥିପାଇଁ ବୋଧେ
ଅବୋଧତା ଫନ୍ଦେ ବନ୍ଧିତ ହେଲି
କ୍ଷମାମୟୀ କ୍ଷମା କରିବୁ ବୋଲି ।
ମା' ଲୋ ତୁ ଆସିଛୁ
ସେଥିପାଇଁ ବୋଧେ
ଅନ୍ଧାର ପଥକୁ ଆଦର କଲି
ବାଟ ଅଡେଇ ତୁ ଆଣିବୁ ବୋଲି ।
ମା' ଲୋ ତୁ ଆସିଛୁ
ସେଥିପାଇଁ ବୋଧେ
ଅଭିମାନ ସବୁ କରିଛି ମାଳି
ବିଦାୟ ବେଳରେ ଦେବି ମୁଁ ବୋଲି ।
