STORYMIRROR

Chinmaya Kumar Nayak

Abstract Romance Fantasy

4  

Chinmaya Kumar Nayak

Abstract Romance Fantasy

ସଞ୍ଜ ଅଭିସାର

ସଞ୍ଜ ଅଭିସାର

1 min
307

ତୁମ ଗୋଲାପୀ ଚିବୁକରେ

ଫୁଟି ଉଠିଥିଲା ଆନନ୍ଦର ସହସ୍ର କୁସୁମ

ତୁମ କମ୍ପିତ ଅଧରରୁ ଝରି ପଡୁଥିଲା

ସମ୍ମତିର ମଧୁ ଅଭିସାର

ଅଗଣିତ ସପନର ବିମୁଗ୍ଧ ତାରକା

ଚିକମିକ କରୁଥିଲେ ଢଳ ଢଳ ସଜ୍ଜଳ ଆଖିରେ। 


ଦୁଇକେରା କେଶ ଆସି ନାସାଗ୍ରକୁ ଛୁଇଁ

କାନରେ ତୁମର କିଛି ଦେଉଥିଲେ ଗୁପ୍ତ ମନ୍ତ୍ରଣା,

ଅଚାନକ ବାସି ଉଠିଥିଲା କବରୀ ତୁମର

ବାକରୁଦ୍ଧ ଅଧରରୁ ଝରୁଥିଲା ପ୍ରିତୀର ଝରଣା।


ଉଇଁ ଆସୁଥିଲା ଝାପ୍ସା ତୋଫା ଜହ୍ନ

ସାକ୍ଷୀ ଥିଲା ତୁମ ପ୍ରେମ ନିବେଦନେ,

ଶିରି ଶିରି କରି ଶୀତୁଆ ମଳୟ 

ଛୁଇଁ ଯାଉଥିଲା ତୁମକୁ ଗୋପନେ।


ଘର ବାହୁଡ଼ା ବିହଙ୍ଗ ଦଳେ

ଗୀତ ଗାଉଥିଲେ କୃଷ୍ଣଚୂଡ଼ାର ଡାଳେ

ଭାବନାର ଶତ ପାଖୁଡ଼ା ଫୁଟିଲା

ଯୁଗଳ ଅନ୍ତର ହୃଦ କମଳେ।


ଗୁମସୁମ ସେଇ ସଞ୍ଜରେ ସେଦିନ

ଖେଳି ଉଠିଥିଲା ଆନନ୍ଦର ଏକ ମହା ଉତ୍ସବ

ଅଭିଭୂତ ଥିଲି ଆଜି ବି ମୋହିତ

ସେଦିନର ସେଇ ଚାରୁ ଚିତ୍ରପଟ

ଆଜି ବି ଅଙ୍କିତ ଅଲିଭା ସ୍ୟାହିରେ

ମନେ ପଡ଼ିଗଲେ ଶୀତ ରାତିରେ ବି 

ଖେଳି ଉଠେ ହୃଦେ ଉଷ୍ମତାର ଏକ ମୃଦୁ ପ୍ରଭାବ। 


రచనకు రేటింగ్ ఇవ్వండి
లాగిన్

Similar oriya poem from Abstract