STORYMIRROR

Sadananda Sahoo

Abstract Inspirational

3  

Sadananda Sahoo

Abstract Inspirational

ଜନତା କର୍ଫ୍ଯୁ

ଜନତା କର୍ଫ୍ଯୁ

1 min
766



 ଦେଶର ଜନତା ମହାଶକ୍ତି ସତ୍ତା 

     ନୀରବ ବିପ୍ଳବ ମିତ , 

କରୋନା ରୋଗକୁ ଦୂରେଇ ଦେବାକୁ 

      ସଂକଳ୍ପ କରିଛି ସତ ॥ 


କରୋନାକୁ କାବୁ କରିବ ଏ'କର୍ଫ୍ଯୁ 

    ଏଥିରେ ସନ୍ଦେହ ନାହିଁ , 

ସଂକ୍ରମିତ ଆଉ ହେବନି ଭୁତାଣୁ 

     ଉଚ୍ଚସ୍ଵରେ  ଦିଅକହି ॥ 


ସ୍ବାସ୍ଥ୍ୟହିଁ ସମ୍ପଦ  ବୁଝିଛନ୍ତି ଜନ 

      ଅକୁଣ୍ଠିତ  ସମର୍ଥନ , 

 ବିଂଶ ଶତାବ୍ଦୀରେ ଆମ୍ଭେ ସଙ୍କଟରେ  

      ଦୃଢକର ମନୋବଳ ॥ 


ସରକାରଙ୍କର ମାନିବା ଆଦେଶ 

     ଘରୁ କାଢିବାନି ଗୋଡ , 

ବିଦେଶୀ ରୋଗକୁ ନେବାନି ଦେହକୁ 

     ଏତିକି କାମନା ବଡ଼ ॥   

    

ଆହେ ଦେଶ ବାସୀ କଲ୍ୟାଣ ସରାଗି 

    କରୋନା ବିରୁଦ୍ଧେ ଲଢ , 

ଭୁତାଣୁ ମରିବ ନପାଇଲେ ସ୍ପର୍ଶ 

     କାହିଁକି କରିବା ଭିଡ ॥ 


ସହର ବଜାର ଏବେ ବର୍ଜନୀୟ 

      ସଚେତନ ହୁଅ ସର୍ବେ , 

ଅକାଳରେ କାହିଁ ଯିବା ମହିଛାଡି 

      ଭୁତାଣୁର ପାଦ୍ରୁର୍ଭାବେ ॥ 


ଚାଞ୍ଚଲ୍ୟ କରିଛି କରୋନାଟା ଜାଣି 

       ଭୁତାଣୁ ସକ୍ରିୟ ଅଛି  

ଭେଷଜ ବିଜ୍ଞାନ ଅସହାୟ ଜାଣ 

      ମହୌଷଧୀ ନାହିଁ କିଛି ॥ 


ଜନତାଙ୍କ ଇଚ୍ଛା  ମହାନ ସଦିଚ୍ଛା 

      କରୋନାର ନାହିଁ ସ୍ଥାନ , 

ଭାରତେ ଉତ୍କଳ ପାଳୁଛି କର୍ତ୍ତବ୍ୟ 

     ଜନତା କର୍ଫ୍ଯୁ ସମ୍ମାନ ॥


ସୁସ୍ଥ ନିରାମୟ ଜୀବନ  ଯାପନ 

     ସଭିଁଙ୍କର  ଏକଲକ୍ଷ୍ଯ , 

ସେଥିପାଇଁ ସର୍ବେ ସମର୍ଥନେ ସତେ 

     ପାଳୁଛନ୍ତି  କର୍ଫ୍ଯୁପକ୍ଷ ॥ 

      

ଆହେ ଦେଶତନ୍ତ୍ରି  ସର୍ବଜନ ପ୍ରୀତି 

     ଉଦ୍ଭାସିତ ତବ ନାମ , 

ମୋଦି , ନବୀନଙ୍କ ସୁପଦେକ୍ଷପ 

     ଦେଶ ବଞ୍ଚାଇବ ସତ୍ୟ ॥


Rate this content
Log in

Similar oriya poem from Abstract