STORYMIRROR

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

କ୍ୟାଲେଣ୍ଡର (୧)

କ୍ୟାଲେଣ୍ଡର (୧)

1 min
289

   

  ସମୟ ନିର୍ଘଣ୍ଟକ ସେ

   ସମାଜ ରକ୍ଷକ ସେ

   ବିଶ୍ଵ ଜନତା ଙ୍କ ପାଇଁ

   ଶୃଂଖଳାର ଚାବିକାଠି ସେ

    ସେ ନିର୍ଦ୍ଧାରଣ କରେ 

   ସମୟ ଉଦୟ ଅସ୍ତର

    କ୍ୟାଲେଣ୍ଡର ସେ

   ଆମ ପ୍ରିୟ କ୍ୟାଲେଣ୍ଡର ।


   ଅମାବାସ୍ୟା, ସଂକ୍ରାନ୍ତି, 

   ଏକାଦଶୀ, ପୂର୍ଣ୍ଣିମା

    ବର୍ଣ୍ଣନ କରଇ ସବୁ ତିଥି ବାର

    ପରାଗ ଗ୍ରହଣ ହିସାବ କତାବ

     ଦିଏ ଆମକୁ ସେ ସବୁର

     ତିଥି ବିବାହ ବ୍ରତର 

     ଦିଏ ଟିକି ନିଖି ତଥ୍ୟ

     ସମସ୍ତ ପୂଜା ପାର୍ବଣ ର

    କ୍ୟାଲେଣ୍ଡର ସେ କ୍ୟାଲେଣ୍ଡର ।


   ନୂତନ ପୁରାତନ ର ସମସ୍ତ ହିସାବ

  ଘଟଣା ଦୁର୍ଘଟଣା 

   ସବୁର ସେ ସମ୍ଭାବନା

   ତା ପାଇଁ କେବଳ ହୁଏ ସମ୍ଭବ

   ସେ କାଳ, ଅକାଳ, ତ୍ରିକାଳ

    ସେ ବି ମହାକାଳ

  ସବୁ ହିସାବ ଲିପିବଦ୍ଧ କରେ ସ୍ଵଦେହେ

    ସେ ହିଁ ରଚଇ ସୃଷ୍ଟି, ସ୍ଥିତି, ବିଲୟର

    କ୍ୟାଲେଣ୍ଡର ସେ କ୍ୟାଲେଣ୍ଡର ।


   ବିଶ୍ଵ ପରିବେଶେ ଫୁଟାଏ ହସ

   ଶାନ୍ତି ଶୃଙ୍ଖଳା ରକ୍ଷା ତା'ର ଅଂଶ

    ପୁରୁଣା ଦିନକୁ ବିଦାୟ ଦେଇ

   ନୂତନ ଦିନ ଆଗମନ ପାଇଁ

    ନବ କଳେବର କରେ

    ଦିନ, ମାସ,ବର୍ଷ

    ନୂଆ ପୁରୁଣା ସବୁ ସମୟ

    ତା ପାଇଁ ସମାନ

    ସବୁ କୁ ଦିଏ ସେ ସମ୍ମାନ

    ଚିନ୍ତଇ ଗଢ଼ିବାକୁ ନୂତନ ବିଶ୍ଵ

     ଛାଡିଯାଏ ତା ଦେହେ ପୁରୁଣା ବର୍ଷ

    ନୂଆ ପୁରୁଣା ର ସେ ଅଟେ ସମାହାର

    ତା ପାଶେ ସମୟର ଚିହ୍ନ ଥାଏ 

     ନୂତନ ପୁରାତନ ର 

    କ୍ୟାଲେଣ୍ଡର ସେ କ୍ୟାଲେଣ୍ଡର ।


   ସୁଖ ଦୁଃଖ ର ମିଶ୍ରଣେ ଗଢା

     ତା'ର ସେ ସୂକ୍ଷ୍ମ ଶରୀର

    ତା ପାଇଁ କେ ନୁହେଁ ପର

   କେ ନୁହେଁ ନିଜର

   ପ୍ରତୀକ ଅଟେ ସତ୍ୟ ନ୍ୟାୟ ର

    ବିଚାରକ ଅଟେ ଧର୍ମ ଅଧର୍ମର

    ସେ ସମୟ ସେ ଚିରନ୍ତନ ସତ୍ୟ

   ଚକ୍ର ପରି ଘୂରିଚାଲେ

    ହୋଇ ଦିନ,ମାସ ଓ ବର୍ଷ

   ଧାରଣ କରି ବିଭିନ୍ନ ନାମ ତା'ର

    ସେ ଅହରହ ପରିବର୍ତ୍ତନଶୀଳ

     କ୍ୟାଲେଣ୍ଡର ସେ କ୍ୟାଲେଣ୍ଡର ।



Rate this content
Log in

Similar oriya poem from Abstract