STORYMIRROR

Ajit Kumar Raut

Abstract Inspirational

4  

Ajit Kumar Raut

Abstract Inspirational

ଶୀତ ଉତ୍ସବ

ଶୀତ ଉତ୍ସବ

1 min
237


ମାର୍ଗଶିର ମାସ ଶୀତର ତାଣ୍ଡବ ତଥାପି ଶୀତ ଉତ୍ସବ,

ହୁଏ ବିଭାଘର ପବିତ୍ର ମାସରେ

ହୁଏ ଟି ନାନା ଉତ୍ସବ।


ବ୍ରତର ଉତ୍ସବ ମାର୍ଗଶିର ମାସେ ପୁଣି ହୁଏ ବିଭାଘର,

ଆସନ୍ତି ଗୃହକୁ ବନ୍ଧୁ ଓ କୁଟୁମ୍ବ

ଚିନ୍ତା ନଥାଏ ଶୀତର।


ଶୋଇବା ବ୍ୟବସ୍ଥା ହୁଏ ତାହାଙ୍କର ନଥାଏ ଅଭାବ ତାର,

ପ୍ୟାଡିଂ ଓ ତକିଆ ଗରମ ଚାଦର

ବ୍ୟବସ୍ଥା ଗୃହେ ତାଙ୍କର।


ଗରମ ପୋଷାକେ ପରିଧାନ ଜନ ଶୀତର ନାହିଁଟି ଚିନ୍ତା,

ଶୀତ ଉତ୍ସବରେ ଉତ୍ସାହ ଅପାର

କାହିଁରେ ଶୀତର ଚିନ୍ତା।


ଚହଳ ପଡିଛି ବିଭାଘରେ ଯହିଁ ବନ୍ଧୁ ଆଗମନ ତହିଁ

ଶୀତର ଉତ୍ସବ ଏହୁ ବାହାଘର

ଶୀତର ତାଣ୍ଡବ କାହିଁ।


ଆନନ୍ଦ ଖୁସିରେ ରହିଛନ୍ତି ସବୁ ବିଭାଘର ଉତ୍ସବରେ,

ବାହାଘର ପରା ବନ୍ଧୁର ମିଲନ

ସବୁ ଆସିଛନ୍ତି ଘରେ।


ଚହଳଗହଳ ଗୃହେ ପଡି ଅଛି ପୁଅ ବାହାଘର ପରା,

ମାଇକ୍ ବାଜୁଛି ପୁଅ ବିଭାଘରେ

ଉତ୍ସବେ ନାଚନ୍ତି ସାରା।


ଶୀତରଉତ୍ସବ କରେ ରମାଞ୍ଚିତ ଶୁଭକର୍ମ ଶୀତଦିନେ,

ଶଙ୍ଖ ହୁଳହୁଳି ପଡେ ଘନଘନ

ବିଭାର କାର୍ଯ୍ୟ ସମ୍ପନେ।


ମୃଦଙ୍ଗ ବାଜୁଛି ପେଙ୍କାଳି ବାଜୁଛି ଗହଗହ ବନ୍ଧୁ ରୁଣ୍ଡ,

ହୋଇ ସୁସଜ୍ଜିତ ବନ୍ଧୁ ଆସିଛନ୍ତି

ଶୀତର ଉତ୍ସବେ ରୁଣ୍ଡ।


ମାନ୍ୟତାଅପାର ଶୀତମାର୍ଗଶିରେ ଶୁଭକର୍ମ ସବୁପରା,

ଶୀତର ଉତ୍ସବେ ଶୁଭକର୍ମ ସବୁ

ଏହୁ ମାର୍ଗଶିରେ ପରା।


ଲକ୍ଷ୍ମୀଙ୍କପୂଜନ ମାର୍ଗଶିର ମାସେ ମାଣବସା ପରାତାଙ୍କ,

ଭକ୍ତି ଶ୍ରଦ୍ଧା ପ୍ରୀତି ଦେଇଣ ପୂଜନ

କରନ୍ତି ମହିଳା ତାଙ୍କ।


ଭକ୍ତିରପାର୍ବଣ ଶୀତରମାସରେ ଶୀତର ଉତ୍ସବ ତହିଁ,

ଉତ୍ସବ ଶୀତରେ ପୁଲକିତ ମନ

ତାର ପଟାନ୍ତର କାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract