Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Abstract

4  

Panchanan Jena

Abstract

କଳାନାଉରୀ

କଳାନାଉରୀ

1 min
232



କଳାନାଉରୀ ମୋ କଳାନାଉରୀ

ଭାବନାରେ ମୋର

ଚେତନାରେ ମୋର

କଳ୍ପନାରେ ମୋର

ଭରି ଦେ ପରୋପକାର ଅଙ୍କୁର -ଅଙ୍କୁରୀ 

କଳାନାଉରୀ ମୋ କଳାନାଉରୀ ।


ଦର୍ଶନରେ ତୋର

ଜୋଡ଼ହସ୍ତ ମୋର

ଦଣ୍ଡବତ ମୋର

ଭରି ଦେ ଖୁସିଫୁଲର ଗାଗର -ଗାଗରୀ ।

କଳାନାଉରୀ ।


ଅରୁଣଖମ୍ବୁ ଆରମ୍ଭ ପ୍ରଣାମୀ

ବାଇସିପାହାଛ ଉର୍ଦ୍ଧ୍ଵଗାମୀ

ଗଗୁଡ଼ଖମ୍ବ ପଛୁ ପ୍ରଣମାମୀ

ଭରି ଦେ ମନୋକାମନା ଦୈତାରୀ ମୁରାରୀ 

କଳାନାଉରୀ ।


କଳ୍ପବଟ ଛୁଇଁ ମୁହିଁ

ପତିତପାବନ ବାନା ଧ୍ୟାଇ

ବଟ ଗଣେଶ ମୁଣ୍ଡେ ଲଗାଇ

ଭରି ଦେ ଆତ୍ମା ଅରବିନ୍ଦେ ମଧୁକୈଟହାରି ।

କଳାନାଉରୀ ।


ତୁଳସି ଦୟଣା ତୁଣ୍ଡରେ ରଖି

ଆନନ୍ଦବଜାର ଅବଢ଼ା ଚାଖି

 ମହାପ୍ରସାଦକୁ ସରାଗେ ପରଖି

ଭରି ଦେ ସକଳ ଘଟ ଚଉବାହା ପ୍ରସାରୀ 

କଳାନାଉରୀ ।


ସଂଶୟରେ ମୋର

ସଂପଦରେ ମୋର

ସଂକ୍ଷେପରେ ମୋର

ଭରି ଦେ ଗଣ୍ଡଷତଳ କୈବଲ୍ୟ ଚାତୁରୀ ।

କଳାନାଉରୀ ମୋ କଳାନାଉରୀ ।


ପଦ୍ମପାଦେ ତୋର

ମନ ଚଇତନ ମୋର

ଗତି ମୁକ୍ତି ପ୍ରାପ୍ତି ଦ୍ଵାର

ଭରି ଦେ ଚର୍ମଚକ୍ଷୁରେ ଭକ୍ତିଅର୍ଘ୍ୟ ଗୁହାରୀ ।

କଳାନାଉରୀ ମୋ କଳାନାଉରୀ ।


Rate this content
Log in

Similar oriya poem from Abstract