Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract

4  

Rabindra kumar Sahoo

Abstract

କ୍ୟାଲେଣ୍ଡର

କ୍ୟାଲେଣ୍ଡର

1 min
353


 

  ସେ ସ୍ମୃତି ଅଟେ

   ଅତୀତ ବର୍ତ୍ତମାନ ଭବିଷ୍ୟତ ର

   ସେ ଅଟେ ଖବର

   ବର୍ଷ ମାସ ଋତୁ ଦିନ ବାର ର

   କ୍ୟାଲେଣ୍ଡର ସେ କ୍ୟାଲେଣ୍ଡର ।


  ଉତ୍ସବ ମହୋତ୍ସବ ର ରଖେ ଖବର

   ବତାଏ ସେ ଆମକୁ

   ଦିନ ମୁହୂର୍ତ୍ତ ପର୍ବ ପର୍ବାଣୀ ର

   ନୂତନ ପୁରାତନ ବର୍ଷ ର ଗଣନା ସେ

   ଜାନୁୟାରୀ ରୁ ଆରମ୍ଭ ସେ

    ଶେଷ ମାସ ଅଟେ ତା'ର ଡିସେମ୍ବର

    ହିସାବ ରକ୍ଷକ ଅଟେ ସେ

     ନୂତନ ପୁରାତନ ର ।


    କେତେ ଆଶା ନିରାଶା ର

     ଅଟେ ସେ ସମାହାର

    କେତେ ଅତୀତ ବର୍ତ୍ତମାନ

     କେତେ ଆଶା ଭରସା

   ଅଟେ ଶେଷ ଭବିଷ୍ୟତ ର

    କ୍ୟାଲେଣ୍ଡର ସେ କ୍ୟାଲେଣ୍ଡର।

  

    ଯୁଦ୍ଧ ହିଂସା ଶାନ୍ତି ମୈତ୍ରୀ ର

      ମୁକ ସାକ୍ଷୀ ସେ

   ଉତ୍ସବ ମହୋତ୍ସବ ର ପାଳନ କର୍ତ୍ତା ସେ

    ସୃଷ୍ଟି ସଂହାର ର ନିର୍ମାତା ସେ

   ସୃଷ୍ଟି ପ୍ରଳୟ ର ଉଦ୍ୟୋକ୍ତା ସେ

    ସେ ପ୍ରଣୟ ସେ ପ୍ରେମ

    ସେ ସର୍ବମୟ କର୍ତ୍ତା ସୃଷ୍ଟିର

    ନୀତି ଆଦର୍ଶ ର ରକ୍ଷକ ସେ

    ରକ୍ଷକ ସେ ଆମ ନୀୟମର

   କ୍ୟାଲେଣ୍ଡର ସେ କ୍ୟାଲେଣ୍ଡର ।


   ନୂତନ ବର୍ଷର ଆଗମନ

   ପୁରାତନ ବର୍ଷ ର ବିସର୍ଜନ

   ସବୁକୁ କରେ ସେ ଧାରଣ

   ଆଗତ ଭବିଷ୍ୟତ ର ମହା ପୁରାଣ

   କର୍ତ୍ତବ୍ୟ ଅକର୍ତ୍ତବ୍ୟ ର ଶିକ୍ଷା ଦିଏ

   ଆମକୁ ଯେ ମହା ମନ୍ତ୍ର ପୁଣ

   ଜଣାଏ ତିଥି ଅତିଥିର ଜ୍ଞାନ

    ସେ ଦିଏ ଆମ କୁ ଦିବ୍ୟ ଜ୍ଞାନ

      ସୁର ଅସୁର ର

    ସେ କ୍ୟାଲେଣ୍ଡର ସେ କ୍ୟାଲେଣ୍ଡର ।


    ତିଥି ବାରର କରିଥାଏ ଯେ ବର୍ଣ୍ଣନ

    ଗ୍ରହ,ଉପଗ୍ରହ, 

    ଚନ୍ଦ୍ର ସୂର୍ଯ୍ୟ ଙ୍କ ବତାଏ ଯେ ଚଳନ

    ପରାଗ ଗ୍ରହଣ ସମ୍ବନ୍ଧେ

     ଦିଏ ଯେ ଜ୍ଞାନ ସମ୍ପୂର୍ଣ୍ଣ

    ସେ ଆମ ପାଇଁ ଜ୍ଞାନ ର ମହା ସାଗର

    କ୍ୟାଲେଣ୍ଡର ସେ କ୍ୟାଲେଣ୍ଡର ।


   ଛୁଟି ଦିବସ କାର୍ଯ୍ୟ ଦିବସ ର

    ଯେ ଦିଏ ଆମକୁ ଖବର

    ବିବାହ, ବ୍ରତ ଆଦିର

    ଜଣାଏ ଆମକୁ ଯେ ତିଥି ବାର

    ପୂର୍ଣ୍ଣିମା, ଅମାବାସ୍ୟା, ଏକାଦଶୀ

     ସଂକ୍ରାନ୍ତି ଆଦିର ଯିଏ ଦିଏ

      ବିସ୍ତୃତ ଖବର 

   ସେ ଆମ ପ୍ରିୟ କ୍ୟାଲେଣ୍ଡର

   କ୍ୟାଲେଣ୍ଡର ସେ କ୍ୟାଲେଣ୍ଡର ।


    ଜଣାଏ ଯେ ଖବର ନବ ବର୍ଷର

     ଶୁଣାଏ ଯେ ଆମକୁ

   ଆଗାମୀ ପ୍ରାକୃତିକ ଦୁର୍ବିପାକ ର

    ବନ୍ୟା ବାତ୍ୟା ମହାମାରୀ

  ଅଂଶ ବିଶେଷ ଅଟନ୍ତି 

  ଆମ ଜ୍ୟୋତିର୍ବିଦ ଙ୍କ ଦ୍ଵାରା ନିର୍ମିତ

   ଚିରନ୍ତନ ସତ୍ୟ

    କ୍ୟାଲେଣ୍ଡର ଆମ ସେ କ୍ୟାଲେଣ୍ଡର ।


Rate this content
Log in

Similar oriya poem from Abstract