STORYMIRROR

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

କ୍ୟାଲେଣ୍ଡର

କ୍ୟାଲେଣ୍ଡର

1 min
376


  ସମୟର ସୂଚୀ ସାରା ବିଶ୍ଵର

   ହିସାବ ଦିନ,ମାସ ଓ ବର୍ଷର

  କୁହେ ବିବରଣୀ ପର୍ବପର୍ବାଣୀ ର

   ପାଳେ ଯା ମାଧ୍ୟମେ ପରବ

   ସର୍ବ ଧର୍ମ ସର୍ବ ଜାତିର

   ନାହିଁ ଏଠି ପକ୍ଷପାତ ଜାତି ଧର୍ମର

   ସର୍ବ ଧର୍ମ ସର୍ବ ସମ୍ପ୍ରଦାୟ ଯିଏ

    କରେ ଆମ ସଭିଙ୍କୁ ଏକାକାର

     ସେ କ୍ୟାଲେଣ୍ଡର ସେ କ୍ୟାଲେଣ୍ଡର।


    ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ

    ସେ ଦୈନଦିନର

   ପ୍ରତିଫଳନ ଅଟେ ଜ୍ୟୋତିଷ ଶାସ୍ତ୍ରର

   ଗ୍ରହ ନକ୍ଷତ୍ରଙ୍କର ଲକ୍ଷ୍ୟ କରି ଗତି ବିଧିର

    ପ୍ରସ୍ତୁତି ହୁଏ ପର୍ବପର୍ବାଣୀ 

    ମେଳା ଉତ୍ସବ ମହୋତ୍ସବର

   ଛୁଟି ଦିବସ କାର୍ଯ୍ୟ ଦିବସ ମଧ୍ୟେ

    ଫରକ୍ ଦେଖାଏ ଏ ନିରନ୍ତର

    କ୍ୟାଲେଣ୍ଡର ସେ କ୍ୟାଲେଣ୍ଡର ।


    ଜନ୍ମ, ଜୟନ୍ତୀ 

   ଶ୍ରାଦ୍ଧ ବାର୍ଷିକୀ କୁ

    ଲିପିବଦ୍ଧ କରି

    ଜଣାଏ ଯେ ଆମକୁ ତା ଖବର

    ମହାପୁରୁଷଙ୍କ ଜନ୍ମ ମୃତ୍ୟୁ ଦିବସକୁ

    ପଞ୍ଜୀକରଣ କରେ ସେ ହୋଇ ଆଗଭର

    ପରିବେଶ ପରିସ୍ଥିତି

    ସାମାଜିକ ସୁବିଧା ପାଇଁ

   ଗୁରୁତ୍ଵପୂର୍ଣ୍ଣ ଦିବସ ତଥା ଛୁଟି ଦିବସକୁ

   ନାଲି ଅକ୍ଷରେ ଚିହ୍ନଟ କରଇ ବରାବର

     କ୍ୟାଲେଣ୍ଡର ସେ କ୍ୟାଲେଣ୍ଡର ।


    ଫରକ୍ ଦେଖେନି

     ଗୀର୍ଜା, ମସଜିଦ୍ ମନ୍ଦିରର

   ସର୍ବ ଧର୍ମକୁ ସମ୍ମାନ ଦେଇ

    ସବୁ ପର୍ବପର୍ବାଣୀକୁ

   ଧାରଣ କରଇ ତା ଶରୀର

   ସେ ବିଶ୍ଵ ପଞ୍ଜିକା

    ସେ ବିଶ୍ଵାସ କରେ ସର୍ବଧର୍ମର

    ତା ଲାଗି ମାନବ ସମାଜ

     କେତେ ଯେ ପାଉଛି ଉପକାର

   କ୍ୟାଲେଣ୍ଡର ସେ କ୍ୟାଲେଣ୍ଡର ।


   ସ୍ଵାସ୍ଥ୍ୟ, ଶିକ୍ଷା, ପରିବେଶ ଆଦିର

   ଉନ୍ନତିକରଣ ପାଇଁ

    ପାଳନ ହୁଏ ନାନା

    ସଚେତନତା ଦିବସର

   ବାରମାସେ ତେର ପରବ

    ପାଳନ ପାଇଁ 

   ଅଙ୍କିତ ହୋଇଛି ତା ଦେହେ

    ନାନା ତିଥି ବାର

   କ୍ୟାଲେଣ୍ଡର ସେ କ୍ୟାଲେଣ୍ଡର ।


   ଗୀତା, ଭାଗବତ, 

    ବାଇବେଲ୍, କୋରାନ୍ ଆଦି

   ନାନା ଧର୍ମଗ୍ରନ୍ଥର

   ନୀତି ନିୟମ କୁ ମାନି

   ପ୍ରସ୍ତୁତି ହୁଏ ଏହି ପାଞ୍ଜି ପୁସ୍ତିକାର

    ନାହିଁ ଏଠି ନୀତି ପାତରଅନ୍ତର

   ସମଗ୍ର ମାନବ ହୁଅନ୍ତି ଏଠି ଏକାକାର

    ନାହିଁ ଭେଦଭାବ ନାହିଁ ବିକାର

     ସର୍ବ ଧର୍ମର ସମନ୍ଵୟେ ଗଢା

     ଆମ ଏ ମହାନ୍ କ୍ୟାଲେଣ୍ଡର

      ସେ ଆମ ପ୍ରିୟ କ୍ୟାଲେଣ୍ଡର ।


  

   


    


      


   


Rate this content
Log in

Similar oriya poem from Abstract