STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ମାତୃଭାଷା

ମାତୃଭାଷା

1 min
422


ଚିନ୍ତନ ନିଜର  ମାତୃଭାଷା ଯହିଁ

ହିନ୍ଦୀରେ ଟି ଅନୁବାଦ,

ତାପରେଭାଷଣ ଅଂଗ୍ରେଜୀରେପରା

ମାତୃଭାଷାର ଏ ଛନ୍ଦ।


କର ଭାଇ ଏବେ ମାତୃଭାଷା ପ୍ରୀତି

ସର୍ବୋପରି ଟି ଜୀବନେ,

କର୍ତ୍ତବ୍ୟ ଆମର ପଢି ମାତୃଭାଷା

ରହୁହେ ଭାଷା ସମ୍ମାନେ।


ସେହୁ ଗର୍ବ ଆମ ଅଭିମାନ ମଧ୍ୟ

ସାଇତି ରଖିବା ବାବୁ, 

ଜୀବନେ ଉନ୍ନତି କରିବା ବହୁତ

ଦେବ ମାତୃଭାଷା ସବୁ।


ହିନ୍ଦୀ ପରା ଆମ ରାଷ୍ଟ୍ରର ଗୌରବ

ରାଷ୍ଟ୍ରୀୟ ଭାଷାଟି ଏହୁ,

ଦିଏ ମାତୃଭାଷା ସଜାଡି ଏହାକୁ

ଅଟେ ମାତୃଭାଷା ଏହୁ।


ପ୍ରାଣ ମାତୃଭାଷା ରାଷ୍ଟ୍ର ହିନ୍ଦୀ ଆମ

ଯୋଡ଼ି ରଖି ଅଛି ଏହୁ,

ଅମୃତ କାଳରେ ସଂସ୍କୃତି ରାଷ୍ଟ୍ରର

ବିଶ୍ବରେ ଗୁଞ୍ଜୁଛି ବହୁ।


ଆଦର କରହେ ନିଜ ମାତୃଭାଷା 

ରକ୍ଷା କର ରାଷ୍ଟ୍ରଭାଷା,

କର୍ତ୍ତବ୍ୟଆମର ହୋଇକର୍ମଯୋଗୀ

ପୂର୍ଣ୍ଣ କର ଅଭିଳାଷ।


ଆତ୍ମନିର୍ଭର ଟି ହୋଇବା କିପରି

ଜାଗ୍ରତ ହେଲା ବିଶ୍ୱାସ,

ତହିଁମାତୃଭାଷା ଅତିଉପଯୋଗୀ

ସର୍ବଦା ରଖିବା ପାସ।


ବିଶ୍ବ ଗୁରୁ ସ୍ବପ୍ନ ସାକାର ନିଶ୍ଚୟ

ହୁଏ  ଅନୁଭୂତି ମନେ,

ନୂଆଭାରତର ଅମୃତ କାଳରେ

ଗୁଞ୍ଜେବିଶ୍ବେ ଜନେଜନେ।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract