STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଶୀତ ଓ ଚା

ଶୀତ ଓ ଚା

1 min
353

ଚା' ମହତ୍ତ୍ୱପୂର୍ଣ୍ଣ ଶୀତର ତାଣ୍ଡବେ ଶୀତକୁ ଦିଏ ଦୂରେଇ,

ଚା'ର ମହତ୍ତ୍ଵ କେତେକ ଯେ ରହିଛି,

କାକର ଦିଏ ବୁଝେଇ।


ଶଯ୍ୟା ଛାଡୁ ଛାଡୁ ତା'ର ଦରକାର ଶୀତର ଯନ୍ତ୍ରଣା ଅତି,

ବୃଦ୍ଧ ହେଉ ଅବା ବାଳକ ହୁଅନ୍ତୁ

ଚା'ର ଚାହିଦା ଅତି।


ଜରୁରୀ ହୋଇଛି ଚା'କୁ ପିଇବାରେ ମାର୍ଗଶିର ମାସେ ଯହିଁ,

ହେବ ପୌଷ ମାସେ ପୁଣି ଆବଶ୍ୟକ

ମହତ୍ତ୍ଵ ହିଁ ଚା'ର ତହିଁ।


ଚା'ରୁ ବଞ୍ଚିତ ନାହିଁ କେହୁ ଜଣେ ଶୀତେ ବହୁ ଦରକାର,

ଅପାର ମହିମା ଅମୃତ କାଳରେ

ଔଷଧୀ ଅଟେ ଶୀତର।


ଖୋଲନ୍ତି ସକାଳୁ ସହରେ ହୋଟେଲ ଚା'ରଟି ବିକ୍ରିଅପାର,

ଦେଇ ପାରୁ ନାହିଁ ହୋଟେଲ ବାଲାସେ

କେତେଯେ ବିକ୍ରି ତା'ର।


ଚା' ପାଇଁଚାହିଦା କେତେ ମାର୍ଗଶୀରେ ନାହିଁଟି ହିସାବ କାର,

ଶୀତ ଦୂର ପାଇଁ ଚା ଦରକାର

ଚାହିଦା ବଢିଛି ତାର।


ନୂଆ ଭାରତ ରେ ଚା'ର ମହତ୍ତ୍ଵରେ ବଢୁ ଅଛି ନିତି ଦିନ,

ଅମୃତ କାଳରେ କାର୍ଯ୍ୟର ନିମନ୍ତେ

ଆସିଛିରେ ଚା'ର ଦିନ।


କର୍ମକ୍ଷେତ୍ରେ ଯହିଁ ଚା'ର ଆବଶ୍ୟକ ଶକ୍ତିଶାଳୀ ରାଷ୍ଟ୍ର ପାଇଁ,

କରେଟି ମନକୁ ଏହୁ ଉତ୍ସାହିତ

ରାଷ୍ଟ୍ରର କାର୍ଯ୍ୟର ପାଇଁ।


ଶୀତ ଦୂର ହୁଏ ଚା'ର ତାପରୁ କର୍ମରେ କରେ ପ୍ରେରିତ,

ଅତି ହିଁ ମହତ୍ତ୍ଵ ଆଧୁନିକ ଯୁଗେ

ଏହୁତ ନୂଆ ଭାରତ।


ପିଉଛି କେହୁରେ ନାଲି ଚା'କୁ ଭାଇ କେହୁପିଏ କ୍ଷୀର ଚା'କୁ,

କଫି ଚା'କୁ ପିଉ ଥାଏ କେହୁ

କେହୁ ପିଉଛି ନୁଣି ଚା'କୁ।


ଶୀତ ମାସ ସବୁ ଚା'ର ମାସରେ ଶୀତ ପାଇଁ ଦରକାର,

ଶୀତର ତାଣ୍ଡବ ଦୂର କରେ ଏହୁ

ଚା'ର ହୁଏ ଦରକାର।


କେତେ ଆବଶ୍ୟକ ହୋଇଲାଣି ଏବେ ଚାହିଦା ପଢୁଛି ନିତ୍ୟେ,

ବଞ୍ଚିତ ନୁହନ୍ତି ବର୍ତ୍ତମାନେ କେହୁ

ହୁଏ ବ୍ୟବହାର ନିତ୍ୟେ।


Rate this content
Log in

Similar oriya poem from Abstract