STORYMIRROR

Niranjan Mishra

Abstract

4  

Niranjan Mishra

Abstract

ଚର୍ଚ୍ଚିକା

ଚର୍ଚ୍ଚିକା

1 min
240


ମହାନଦୀ କୂଳେ କଟକ ଜିଲ୍ଲାର

ରହିଛି ବାଙ୍କୀ ସହର ।

ଋଚିକ ପର୍ବତ ତାହାରି ପାଖରେ

ଶିଖର ଦେଶେ ତାହାର। ୧।


ପ୍ରାଚୀନ ମନ୍ଦିରେ ବିଜେ ମା ଚର୍ଚ୍ଚିକା

ଚାମୁଣ୍ଡା ବିଗ୍ରହ ହସେ ।

ଅଷ୍ଟଭୁଜା ଖଡ୍ଗ ତ୍ରିଶୂଳ ସର୍ପ

ଅଙ୍କୁଶ ଅକ୍ଷମାଳା ଦିଶେ। ୨।


ଛିନ୍ନ ମସ୍ତକ ଡମ୍ବରୁ ଧାରିଣୀ ସେ

କନିଷ୍ଠାଙ୍ଗୁଳି ଦନ୍ତରେ।

କାମୁଡି ଅଛନ୍ତି ନରମୁଣ୍ଡ ମାଳା

ରହିଛି ତାଙ୍କ ଗଳାରେ ।୩।


ଶବ ଊପରେ ସେ ହୋଇଛନ୍ତି ଠିଆ

ଉଲଗ୍ନ ତାଙ୍କ ଶରୀର ।

ମହାଷ୍ଟମୀ ମହାନବମୀରେ ବଳି

ପଡିଥାଏ ଏ ପୀଠର ।୪।


ବେଢାର ଭିତରେ ଅଛନ୍ତି ମଙ୍ଗଳା

ତାଙ୍କ ପାଶେ ପଶୁବଳି ।

ଦେବାପରେ କଟାମୁଣ୍ଡ ଓ ରକତ

ମାଟିପାତ୍ରେ ଘେନି ଚଳି ।୫।


ଚର୍ଚ୍ଚିକା ମାତାଙ୍କୁ ଅର୍ପଣ କରନ୍ତି

ଶାରଦୀୟ ଷୋଳପୂଜା ।

ରାଜଗୁରୁମାନେ କରିଥାନ୍ତି ଏଥି

ଆମିଷ ଭୋଗଟି ଖଞ୍ଜା ।୬।


କାର୍ତ୍ତିକ ମାଘ ବଇଶାଖ ମାସରେ

ନିରାମିଷ ଭୋଗ ହୁଏ ।

ଅନ୍ୟମାସେ ଗୁରୁବାର ଛଡା ନିତି

ଆମିଷ ଭୋଗଟି ହୁଏ ।୭।


ମୂଳାଷ୍ଟମୀଠାରୁ ଷୋଳ ପୂଜା ବେଳେ

ଆମିଷ ଭୋଗ ହୁଅଇ ।

ପର୍ଶୁରାମଙ୍କର ନିର୍ମିତ ମୂରତି

ପ୍ରବାଦ ଅଛଇ ରହି । ୮।


ରେଣୁକା ନଦୀଟି ବହି ଯାଉଥିଲା

ଋଚିକ ପର୍ବତ ଧାରେ ।

କାଳର ସ୍ରୋତରେ ମିଶି ଯାଇଛି ସେ

ମହାନଦୀ ଗରଭରେ ।୯।


ବାଙ୍କୀ ଗଡଦେବୀ ମାଆ ଚର୍ଚ୍ଚିକାଇ

ଗର୍ଭଗୃହକୁ ତାଙ୍କର ।

ଗଜପତି, ବାଙ୍କୀରାଜା ଓ ସେବକେ

ପ୍ରାପ୍ତ ଯିବା ଅଧିକାର ।୧୦।


ଅଷ୍ଟକୀଳା ଦୁର୍ଗା ଆମ ଓଡିଶାର

ମଧ୍ଯେ ମାତା ଚର୍ଚ୍ଚିକାଇ ।

ହୋଇଥାନ୍ତି ଗଣା ମାତାଙ୍କ କରୁଣା

ସଭିଙ୍କ ଉପରେ ଥାଇ ।୧୧।


କରୁଣା କଟାକ୍ଷେ ସମସ୍ତଙ୍କୁ ମାଆ

ଚାହିଁଥିବୁ ଏହିପରି ।

ପ୍ରଭାତୁ ଉଠିଲେ ତୋ ନାମ ସ୍ମରଣେ

ଆପଦ ଯାଏ ମୋହରି। ୧୨।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract