Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Henarani Senapati

Abstract Inspirational Others

4.5  

Henarani Senapati

Abstract Inspirational Others

ମାର୍ଗଶୀର ଗୁରୁବାର

ମାର୍ଗଶୀର ଗୁରୁବାର

2 mins
528


ସାଗର ଦୁଲ୍ଲଣୀ ଲକ୍ଷ୍ମୀ ଠାକୁରାଣୀ

ଗୁରୁବାର ପୂଜା ତୋର

ମାର୍ଗଶିର ମାସ ପ୍ରିୟ ଗୁରୁବାର

ଲିପିବି ମୁଁ ଘର ଦ୍ବାର ।

ଗୋମୟ ଜଳରେ ଲିପାପୋଛା କରି

ଝୋଟି ଲେଖିବି ଚିତାରେ

ପଦ୍ମ ଫୁଲ ଦେଇ କୋଠି ମୁଁ ଲେଖିବି

ମାଣ ବସିବ ମୋ ଘରେ ।

ନୂଆ ଶୁକ୍ଲ ଧାନ ଆଣିଛି ମୁଁ ପୁଣି

ନୂଆ ଚାଉଳ ଆଣିବି

ନୂଆ ଅରୁଆ ରେ ରୋଷେଇ କରି ମୁଁ

ମାଣ ଆଗେ ପରସି ବି ।

ଶ୍ରୀ ହରି ଘରଣୀ ଲକ୍ଷ୍ମୀ ଠାକୁରାଣୀ

ବରଷକେ ଥରେ ଆସି

ଘରେ ଘରେ ବୁଲି ଶୁଚିମନ୍ତ ଦେଖି

ବର ଦିଅନ୍ତି ପରସି ।

ଭାରି ନିଷ୍ଠାପର ବ୍ରତ ମା ଲକ୍ଷ୍ମୀ ର

ପରିଷ୍କାର ପରିଚ୍ଛନ

ଅନ୍ଧକାର ଥାଇ ଉଠିବ ସୁଜନେ

ମୁଣ୍ଡ ଧୋଇ କର ସ୍ନାନ ।

ଲକ୍ଷ୍ମୀ ପାଦ ପଦ୍ମ ଚିତା ଉପରେ ମା

ଖଟୁଲିରେ ଶୁକ୍ଳଧାନ

ଆଖୁ ମୁଳା ପୁଣି କଦଳୀ ପଦୁଅଁ

ଗୁଆ ତିନି ଗୋଟି ଆଣ ।

ଗେଣ୍ଡୁ ଫୁଲ ଦୁବ ବରକୋଳି ପତ୍ର

ପଦ୍ମ ଫୁଲେ ପୂଜା କର

ଛେନା ଗୁଡ ପୁଣି ଫଳ ପକାଇ କି

ଭୋଗ କର ସକାଳର ।

ଧୂପ ଦୀପ ଝୁଣା ସୁଗନ୍ଧୀତ ଜଳେ

ଅର୍ଚ୍ଚନା କର ମାଆ ର

ଖରାବେଳେ ମାଆ ଅନ୍ନ ଖାଇବଲୋ

ଆଉ ପିଠା ପଣା କର ।


କୋଶୋଳା ଶାଗକୁ ମୂଳାଶାଗ ପୁଣି

ଦେଶୀ ଆଳୁ ମୂଳା ଭଜା

ଶାରୁ ମାଟି ଆଳୁ ନଡିଆ ଡାଲମା

ମାଆ କୁ ଲାଗଇ ମଜା ।

ଦହି ପଖାଳ କୁ ମାଆ ଭଲପାଏ

ପ୍ରସନ୍ନ ରେ ବର ଦିଏ

ସଂଧ୍ୟା ବେଳେ ମାଆ ଛେନା ନଡିଆ ର

କାକରା ଦଶଟି ପାଏ ।

ଶୁଦ୍ଧ୍ୟ ତା ସହିତ ଲକ୍ଷ୍ମୀବ୍ରତ କର

ଅଳସୁଆ ହୁଅନାହିଁ

ଗୁରୁ ବାରେ ମୁଣ୍ଡ ପଖାଳି ଗାଧାଅ

ପିଲା ଙ୍କୁ ତ ମାର ନାହିଁ ।

ସ୍ବାମୀ ମନ ଯାଣି ସେବା କଲେ ନାରୀ

କମଳା ଖୁସି ହୁଅନ୍ତି

ଯାଚିକି ଦିଅନ୍ତି ବର ସମସ୍ତଙ୍କୁ

ଧନ ଜନ ଗୋପ ଲକ୍ଷ୍ମୀ ।



Rate this content
Log in

Similar oriya poem from Abstract