STORYMIRROR

Henarani Senapati

Inspirational

4  

Henarani Senapati

Inspirational

ଗଣପତି ବାବା

ଗଣପତି ବାବା

1 min
378

ଆହେ ଗଜାନନ ବିଘ୍ନ ନିବାରଣ

ଦିଅ ମୋତେ ଦିବ୍ୟଜ୍ଞାନ ।

କିପରି ଡାକିବି କିପରି ଚିନ୍ତିବି

କିପରି କରିବି ଧ୍ୟାନ ।।


କିପରି ପୂଜିତ କରିବି ହେ ଦେବ

ନାହିଁ ମୋର ଦିବ୍ୟ ଜ୍ଞାନ ।

ଗଜ ମୁର୍ଖ ମୁହିଁ ଅଜ୍ଞାନ ପ୍ରଭୁ ହେ

ମୋଠାରେ ରଖିବ ଧ୍ୟାନ ।।


ଅପାଠୁଆ ମୁହିଁ ପଢି ନାହିଁ ପାଠ

ନାହିଁ ହିତାହିତ ଜ୍ଞାନ ।

ସର୍ବ ବ୍ୟାପୀ ତୁମେ ନିରାକାର ବ୍ରହ୍ମ

ଦିଅ ମତେ ଦିବ୍ୟ ଜ୍ଞାନ ।।


ଅଛି ମନେ ଇଚ୍ଛା ଲେଖିବି କବିତା

ସାହସ ତ ପାଉ ନାହିଁ ।

ତୁମେ ଶ୍ରୀ ଗଣେଶ ଆଶୀର୍ବାଦ ଦିଅ

ଶ୍ଳୋକ ତ ଲେଖିବି ମୁହିଁ ।।


ମନ ତ କହୁଛି ଘୋଡା ଚଢିବାକୁ

ପାଖରେ ମୋ ନାହିଁ ଧନ ।

କିପରି ଲେଖିବି ତୁମ ନାମେ ଗୀତ

ଦିଅ ମତେ ଦିବ୍ୟ ଜ୍ଞାନ ।।


ସତ୍ୟର ସ୍ୱରୂପ ଅଟ ପରମାତ୍ମା

ବିଦ୍ୟା ଦାତା ଜ୍ଞାନ କର୍ତ୍ତା

ଅଖଣ୍ଡ ପୋଥିର ତୁମେ ପ୍ରାଣକର୍ତ୍ତା

ଦିଅ ଆନନ୍ଦର ବାର୍ତ୍ତା ।।


ଜ୍ଞାନ ଦାତା ପ୍ରଭୁ ଜ୍ଞାନର ନିର୍ମାତା

ଅଜ୍ଞାନ ର ଜ୍ଞାନ ଦାତା ।

ଅଖଣ୍ଡ ଜ୍ଞାନର ଅଟ ଗନ୍ତାଘର

ପ୍ରଭୁ ତୁମେ ବିଦ୍ୟା ଦାତା ।।


ଏତିକି ମିନତୀ କରେ ଗଣପତି

ବିଦ୍ୟା ଦାତା ଭଗବାନ ।

ଜ୍ଞାନରୁ ମୁଠାଏ ଦେବ ମୋ ମୁଣ୍ଡରେ

ଧବଳ ଗଜ ବଦନ ।।


ଲେଖିବି କାହାଣୀ ତୁମ ଆଶୀର୍ବାଦେ

ଏତିକି ମାଗୁଣି ମୋର ।

କବିତା ଲେଖିବି ଗଳ୍ପ ମୁଁ ଲେଖିବି

ମନ ହେବ ଶାନ୍ତି ମୋର ।।


ଲୁପ୍ତ ହୋଇଥିବା ମନର ଦୁଃଖକୁ

କବିତା ଗଳ୍ପ ଲେଖିବି ।

ମନ ତଳେ ଥିବା ଅଦୃଶ୍ୟ କୋହକୁ

ଜଣାଣରେ ଜଣାଇବି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational