ମୃତ୍ୟୁଞ୍ଜୟ
ମୃତ୍ୟୁଞ୍ଜୟ
କୋଟି ଦଣ୍ଡବତ କରୁଛି ଶଙ୍କର
ଭକ୍ତି ରେ ହୋଇ ବିଭୋର
ବର୍ଷେ ପ୍ରତିକ୍ଷା ରେ ଆସିଛି ଜାଗର
ମୃତ୍ୟୁଞ୍ଜୟ ସେବା ମୋର ।
ବିଶ୍ୱର ବିଶ୍ୱାସ ଭରି ଛି ସଂସାରେ
ବିଶ୍ବ ବ୍ରହ୍ମ ନିରାକାର
ସଂସାର ଦୁର୍ଗତି ଦୂର କରି ଦେବ
ଅନ୍ଧକାର କର ଦୂର ।
ଶରୀର ଅସୁସ୍ଥ ରୋଗ ଅପ୍ରମିତ
ଆଉ ନପାରଇ ଚାଲି
କଷ୍ଟ ଭାର ପ୍ରଭୁ ସହି ନପାରିଣ
ନିଶ୍ଚଳ ନିରବ ହେଲି ।
ଆହେ ବିଶ୍ବବନ୍ଧୁ କରୁଣାର ସିନ୍ଧୁ
ତ୍ରିଭୂବନ ଦୁଃଖ ହାରି
ଦାରିଦ୍ର୍ଯକୁ ନାଶି ମାଧୁର୍ଯ୍ୟ ପରସି
ଦୁଃଖ ଦିଅ କିଛି ହରି ।
ଅଛି ଉପବାସ କରିଛି ଜାଗର
ଉଜାଗରେ କଟେ ନିଶି
ମହାଶିବ ରାତ୍ରି ତୁମ ସନିକଟେ
ଦିଆ ଜଳାଉଛି ବସି ।
ଆଖିରୁ ଝରୁଛି ଅସରନ୍ତି ଲୁହ
ଶ୍ରୀ ପାଦ ପଖାଳି ଦେବି
ଭରି ଗଙ୍ଗା ଅଶ୍ରୁ ଗଙ୍ଗାଧର ପାଇଁ
ଝର ଝର ଢାଳି ଦେବି ।
ଜାଳୁଛି ଜାଗର ଭକ୍ତି ଅର୍ଘ୍ଯ ଦେଇ
ପୂଣ୍ୟ ପ୍ରକାଶିବା ପାଇଁ
ଶୁଷ୍କ ମୁହେଁ ମୋର ଗଙ୍ଗା ଢାଳି ଦିଅ
ଆହେ ଗଙ୍ଗାଧର ସାଇଁ ।
ଶୂନ୍ୟ ମହା ଶୂନ୍ୟ ଶୂନ୍ୟତା ରେ ପୂର୍ଣ୍ଣ
ଶୂନ୍ୟ ଛଡା ନାହିଁ କିଛି
ଶୂନ୍ୟ ରେ ପ୍ରକଟି ଶୂନ୍ୟତାକୁ ନାସୀ
ଶୂନ୍ୟ ରେ ପୂର୍ଣ୍ଣ୍ୟ ଭରିଛି ।
ତ୍ରାହି ତ୍ରିନୟନ ନେଲି ଶରଣମ୍
ପ୍ରଭୁ ତ୍ରିଭୂବନ ଦେବ
ଜ୍ଞାନ ହୀନ ପୁଣି ବିଦ୍ୟା ହୀନ ମୁହିଁ
ମନ୍ତ୍ର ହୀନ ମହାଦେବ ।
ପୂଣ୍ୟ ପୂର୍ଣ୍ଣ କର ଆଞ୍ଜୁଳିକୁ ମୋର
ପାପ ଭାର ଦିଅ ହରି
ଶରୀର ରୁ ପ୍ରାଣ ମୋକ୍ଷ ଦିଅ ପ୍ରଭୁ
ଏତିକି ଶେଷ ଗୁହାରି ।