ଫିକା ଫଗୁଣ
ଫିକା ଫଗୁଣ
ଗଲା ଫଗୁଣରେ ସ୍ମୃତି ରଖିଗଲ
ପ୍ରେମର ଅବିର ଆଣି
ଭାରି ଇଛା ଥିଲା ପହିଲି ପରସ
ତୁମ ହାତୁ ନେବି ଟାଣି ।
ମୁହଁ ଅନ୍ଧକାରେ ଆସିଥିଲ ତୁମେ
ଜଗିଥିଲ ମୋର ପଥ
ଏକୁଟିଆ ଦେଖି ଅବିର ଢାଳିଲ
ରଙ୍ଗିନି ହୋଇଲା ପଥ ।
ଅବିର ବାହାନେ ଦେହକୁ ଛୁଇଁଲ
ତନୁ ମନକୁ ଛୁଇଁଲ
ଆସ୍ତେ ଆସ୍ତେ ପ୍ରିୟ ସାରା ଶରୀର ରେ
ତୁମ ସ୍ପର୍ଶ ଢାଳି ଦେଲ ।
ପ୍ରଥମ ପୁଲକ ତୁମ ସ୍ପର୍ଶ ପାଇ
ଶୀତେଇ ଉଠିଲା ଦେହ
ଫଗୁ ରଙ୍ଗ ମାଖି ଲୋଟି ଗଲ ହୃଦେ
ଭିଜିଲା ମନର ମୋହ ।
ଦୀର୍ଘ ନିଶ୍ବାସେ ମୋ କ୍ଷିପ୍ରତା ବଢଇ
କଲା ତୁମ ଚିତ୍ତ ଉଷ୍ଣ
ସ୍ପନ୍ଦନ ସ୍ପର୍ଶ ରେ ଥରୁଥିଲା ଛାତି
ଥାପିଦେଲ ଗଣ୍ଡେ ଓଷ୍ଣ ।
ଲଜ୍ଜାରେ ଢଳିଲା ତନ ,ମନ,ପ୍ରାଣ
ସରମରେ ଗଲି ମରି
ସମର୍ପି ତୁମକୁ କୁମାରୀତ୍ବ ମୋର
ତୁମ ମନ ଦେଲି ଭରୀ ।
ଲୁଚି ଛପି ପ୍ରେମ ଭାରି ମଧୁର ହେ
ମାନେ ନାହିଁ ବାଡ୍ ବତା
ଆଖି ଖୋଜେ ଖାଲି ତୁମ ପ୍ରତି ଛବି
ଆଉ ଲାଗେ ସବୁ ପିତା ।
ଜବାବ ପରସି ଚାଲି ଗଲ ପ୍ରିୟ
ଆଉତ ଫେରିଲ ନାହିଁ
କିପରି କୁହୁଡି ପହଁରୁଚି ମୁହିଁ
ଶୂନ୍ୟତା ଭରିଲା କାହିଁ ।
ତୁମ ପଥ ଚାହିଁ ବର୍ଷେ ପୁରିଗଲା
ଦୂର ବାର୍ତ୍ତା ଦେଲ ନାହିଁ
ପେଟର ଛୁଆକୁ ବାନ୍ଧବୀ କୁ ଦେଇ
ପ୍ରମାଣ ରଖିଲି ନାହିଁ ।
ଚାତକ ପରି ମୁଁ ଚାହିଁ ଛି ତୁମକୁ
ଝୁରେ ଫିକା ଫଗୁଣରେ
ସତେ ଏ ଜୀବନେ ତୁମକୁ ଭେଟିବି
ଆଶା ଛାଡି ମନ ମରେ ।