ତୁ ମୋର ଶେଷ ଠିକଣା
ତୁ ମୋର ଶେଷ ଠିକଣା
ତୋତେ ଦେଖି ଜୁଇ ନିଦ ଭାଙ୍ଗି ଗଲା
ପୁଣି ଲିଭି ଗଲା କ୍ରୋଧ
ଜନ୍ମରୁ ମରଣ ଯେତେ କଲି ରଣ
ହେବ କି ମୋ ପରିଶୋଧ ।
ଜାଣି ତ ନଥିଲି ଛ ଖଣ୍ଡ କାଠକୁ
ଦରକାର ଚାରି କାନ୍ଧ
କେଡେ ଭୂଲ ମୁଁ ଜୀବନେ କରିଛି
ଅହଂ ଭାବେ ହୋଇ ଅନ୍ଧ ।
କେଉଁ ଆଡେ ଗଲା ଚିିହ୍ନ ବର୍ଣ୍ଣ ନାହିଁ
ଧନ ରତ୍ନ ହୀରା ଲୀଳା
ଗୁରୁ ଗୁରୁଜନ ଅଭକ୍ତି କରିଣ
ଯିଏ ଥିଲା ଗଳା ମାଳା ।
ତୋ ଅନଳ ବଳେ ସବୁ ବୀର୍ଯ୍ୟ ଜଳେ
ପାଲଟେ ଆଞ୍ଜୁୁୁଳେ ଭସ୍ମ
ହୁ ହୁ କରି ଅଟ୍ଟହାସେ ବୋଲେ
ଏଇଠି ଠିକଣା ଶେଷ ।
ଏନ୍ତୁଡ଼ିଶାଳରୁ ମରଣ ଦୁୁୁଆର
ଯେଉଁ ପଥ ଅତିକ୍ରମ
ଲୋଭ ପ୍ରଲୋଭନ କବଳିତ କରି
ବଢ଼ାଇ ଥିଲା ମୋ ଭ୍ରମ ।
ତୋ କୋଳରେ ଟିକେ ଶାନ୍ତି ମୁଁ ଲଭିଲି
ଶୁନ୍ୟ ହେଲା ଦରଶନ
ମାଟି ପିଣ୍ଡ ମୋର ଜଳି ଜଳି ଆଜି
ଆଦରିଲା ପ୍ରଭୁ ଧ୍ୟାନ
