STORYMIRROR

Trushna Das

Drama Crime Others

4  

Trushna Das

Drama Crime Others

ପାଗଳୀ ମାଆ

ପାଗଳୀ ମାଆ

2 mins
219

ଆଜି ପାଗଳୀ ମାଆ ଉପରେ ହସୁଛ ସବୁ 

ଜାଣିଛ କି ତା ଦୁଃଖ କାହାଣୀକୁ 

ତା ମନର ବେଦନାକୁ

ତାର ପାଗଳୀ ହେବାର କାହାଣୀକୁ।।


ସେ ପାଗଳୀ ମାଆ

ଦିନେ ତାର ବି ହସ ଖୁସିର ଘର ସଂସାର ଥିଲା

ତାର ଗୋଟିଏ ସତର ବୟସର ଝିଅ ଥିଲା

ଝିଅଟି ଦେଖିବାକୁ ଥିଲା ଗୋଟିଏ ଅପସରା।


ପାଗଳୀ ମାଆର ଥିଲା କେତେ ସପନ କରାଇବାକୁ ତାକୁ ବଡ ଅଫିସର

ବଡ଼ ଧୁମ ଧାମରେ କରାଇବ ତାର ବିବାହ

ହସ ଖୁସିରେ ଖେଳି ଉଠିବ ତା ଝିଅର ଘର ସଂସାର।। 


ହେଲେ ବିଧାତାର ଅଲଗା ଥିଲା ଖେଳ

ଭାଙ୍ଗିଗଲା ସେ ମାଆର ସପନ

ଯେଉଁ ଦିନ ଘଟିଲା ସେ ଅଘଟଣ

ଭାବିଲେ ତା ବିଷୟରେ ମନରେ ସୃଷ୍ଟି ହୁଏ ସେ ପାପୀମାନଙ୍କ ପାଇଁ ଘୃଣା ଭାବ।। 


ସେ ଅଘଟଣ ଦିନ 

ମା ଫେରୁଥିଲା ବଜାରରୁ ଝିଅ ସହ

ହେଲେ ତିନି ପାପୀ ଚାତକ ପରି ଜଗି ବସିଥିଲେ ଅନ୍ଧାର ରାସ୍ତାରେ 

ରାସ୍ତାରେ କଣ୍ଟା ପକାଇ

ସ୍କୁଟିକୁ ପମ୍ପଚର କରାଇ

ମାଆକୁ ମାଡ଼ ମାରି ଉଠାଇ ନେଲେ ଝିଅକୁ।। 


ମାଆର ହାତ ଗୋଡ଼ ବାନ୍ଧି 

ରାସ୍ତା କଡ଼ରେ ଦେଲେ ପକାଇ

ଅନ୍ଧାର ବୁଦାମୂଳରୁ ମାଆକୁ ଶୁଣା ଯାଉ ଥାଏ ଚିତ୍କାର ଝିଅର

ସେ ଯେ ଥିଲା କେତେ କରୁଣ ଚିତ୍କାର 

ଛାଡ଼ି ଦିଅ.... ନାଇ... ମୋତେ ଛାଡି ଦିଅ 

ତା ସାଙ୍ଗକୁ ସେ ତିନି ପାପୀ ନରରାକ୍ଷସଙ୍କ ବିକଟାଳ ହସ

ମାଆ ଶୁଣି ମଧ୍ୟ କିଛି କରି ପାରୁ ନ ଥିଲା,

ପଡି ରହିଥିଲା ହୋଇ ଅସହାୟ ।


କିଛି ସମୟ ପରେ ପୋଲିସ ଗାଡି ଦେଖିଲା ମାଆକୁ ଯେ

ତାଙ୍କୁ ସେ ଅବସ୍ଥାରେ ଦେଖି କଲା ଉଦ୍ଧାର 

ମାଆ କାନ୍ଦି କହିଲା ମୋ ଝିଅକୁ କର ଉଦ୍ଧାର 

ପୋଲିସ ଗାଡି ଶବ୍ଦ ପାଇ ସେ ପାପୀମାନେ ଦୌଡ଼ି ପଳାଇବାକୁ କଲେ ଉଦ୍ୟମ 

ହେଲେ ପୋଲିସ କଲା ସେମାନଙ୍କୁ ଗିରଫ

ହେଲେ ଝିଅଟି ଖାଲି ଦେହରେ ବୁଦା ମୂଳରେ ହେଉ ଥାଏ ଛଟପଟ

ଦେହଟି ତାର ହୋଇଛି ଖଣ୍ଡିଆ ଖାବରା,

ବହି ଯାଉଥିଲା ରକ୍ତର ଧାର ।


ମାଆ ଝିଅର ଅବସ୍ଥା ଦେଖି 

ତାକୁ କୋଳକୁ ନେଇ 

କହୁ ଥାଏ ତୋର କିଛି ହେବ ନାହିଁ 

ତୋ ମାଆ ଅଛି ନା

ଝିଅଟି ମାଆ ଆଉ ସହି ହେଉ ନାହିଁ 

କହି ଛାଡ଼ିଲା ଶେଷ ନିଶ୍ୱାସ ।


ମାଆଟି ତା ଆଖି ଆଗରେ 

ଝିଅର ଚାଳି ଯିବାକୁ ଏମିତି ଭାବେ

ସହି ପାରିଲା ନାହିଁ ସେ ଯେ

ହୋଇ ଗଲା ସେ ପୁରା ଏକୁଟିଆ 

ବହୁ ବର୍ଷ ଆଗରୁ ହୋଇ ଯାଇଥିଲା ସେ ବିଧବା

ଆଉ ପୁଣି ଝିଅକୁ ହରାଇ

ସେ ହୋଇ ଗଲା ପାଗଳୀ ।


ପାଗଳୀ ମାଆ ଉପରେ ହସିବା ଆଗରୁ 

ଥରୁଟିଏ ନିଜକୁ ତା ଜାଗାରେ ରଖି ଭାବ

ତୁମେ ଥିଲେ ତା ଜାଗାରେ କଣ କରି ଥାଆନ୍ତ

ଏବେ ତାର କିଏ ବା ଅଛି ନିଜର

କିଏ ବୁଝିବ ତା ମନର ଭାବ ।


ପାଗଳୀ ମା ଉପରେ ନ ହସି

ତାର ଚିକିତ୍ସାର ବ୍ୟବସ୍ଥା କରି

ତାକୁ କରି ପାରିଲେ ଭଲ

କରିବ ତୁମେ ସତ କର୍ମ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama