STORYMIRROR

pranati Mahapatra

Drama Others

4  

pranati Mahapatra

Drama Others

ଏକୁଟିଆ ଥିଲି, ଅଛି ବି ଏବେ

ଏକୁଟିଆ ଥିଲି, ଅଛି ବି ଏବେ

1 min
460


ଏକୁଟିଆ ଥିଲି ବାଆଁରା ପକ୍ଷୀ ମୁଁ

ସାଥୀଟିଏ ଲୋଡୁଥିଲି,

ଅଚାନକ ଏକ ଝଡ଼ରେ ତାକୁ ତ

କେମିତି କେଜାଣି ପାଇଗଲି।

ସ୍ନେହ ,ଶ୍ରଦ୍ଧା ,ପ୍ରେମ ,ଭଲପାଇବାରେ

ଗଢିଲି ଗୋଟିଏ ସୁନ୍ଦର ଘର,

ବିଶ୍ବାସ ବନ୍ଧରେ ସତ୍ୟ କବାଟରେ

ହୋଇଗଲା ସେ ଯେ ବୈକୁଣ୍ଠପୁର।

ଥିଲି ଏକା ସିଏ ଆସିଲା ମୋ ସାଥେ

ଗଡିତ ଚାଲିଲା ଦିନ,

ଆମ ସାଥେ ଆସି ଯୋଗଦେଇଥିଲେ

ପୁଅଝିଅ ଦୁଇ ଈଶ୍ୱର ଦାନ।

ଖୁସି ଆନନ୍ଦରେ ବଢି ଚାଲିଥିଲେ

ଈଶ୍ବରଙ୍କ ଦାନ ଶାବକ ଦୁଇ,

ଶୈଶବ କୈଶୋର ପାର ହେଲା ପର

କାହାର ନଜର ପଡିଲା ତହିଁ।

ବାର୍ଦ୍ଧକ୍ୟେ ପହଞ୍ଚି ଦେଖିଲି ଯାହା ମୁଁ

ବିଶ୍ୱାସର ବନ୍ଧ ମୋ ଭାଙ୍ଗିଗଲା ,

ଘର ହୋଇଗଲା ଘୋରବନ ମୋର

ଅନବରତ ମୋ ଲହୁ ଗଡିଲା।

ସ୍ନେହ, ଶ୍ରଦ୍ଧା,ପ୍ରେମ ଭଲପାଇବାର

ଚାରିକାନ୍ଥ ଗଲା ଭୁଷୁଡି,

ଉଡିଗଲେ କେଣେ ଆପଣା ଇଛାରେ

ଏକାହେଲୁ ଆମେ ଦୁଇଯୋଡି।

ଶିକ୍ଷା ସଂସ୍କାର ସତ୍ୟବାଦୀତାରେ

ଜୀବନକୁ ଜଳାଞ୍ଜଳି ଦେଇ,

ଗଢିଥିଲୁ ଦୁହେଁ ଅମୂଲ୍ୟ ରତନ

ନଷ୍ଟ ହୋଇଗଲେ କାହିଁ।

ବୈକୁଣ୍ଠ ପୁର ମୋ ହୋଇଗଲା ଶୂନ୍ୟ

ଆଶା ଆଶାରେ ରହିଲା,

ଆଉ ଇଚ୍ଛା ନାହିଁ ଘରତୋଳା ନିଶା

ବିଧାତା ଏ କି ହୋଇଲା ।

ଶୂନ୍ୟକୁ ଚାହିଁ ମୁଁ ନିଜକୁ ପଚାରେ

ଏମିତି ଯଦି ଚାଲିବ,

ଭବିଷ୍ୟତ ପିଢ଼ି ପାଇଁ ଆଶା କରି

କିଆଁ ଘରଟିଏ ତୋଳିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama