Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ansuman Swain

Abstract Drama

4  

Ansuman Swain

Abstract Drama

ଆମ ଗ୍ରାମ ଭାରି ସୁନ୍ଦର

ଆମ ଗ୍ରାମ ଭାରି ସୁନ୍ଦର

1 min
361



ଆମ ଗ୍ରାମ ନାମ ଅଟେ ସରମଙ୍ଗା 

  ସୁଖ ଶାନ୍ତି ଏଠି ବେସି

ମା'ଜାଗୁଳେଇ କୃପାରେ ସଭିଏଁ

  ଜୀବନ କାଟନ୍ତି ହସି ।


ଗାଁ ମଝିରେ ଖଟି ମଣ୍ଡପ ଉଭା 

    ସବୁବେଳ ପାଇଁ ଭିଡ଼

ଖଟିରେ, ଖଟିରେ ସମୟ ତ ହଜେ

  ହସେ ସଦା ଲୁଡୁ ଖେଳ ।


ସକାଳ ହୋଇଲେ କାକ ରାଵ ଦେଲେ

   ହସେ ତ ମଣ୍ଡପ ଆମ 

ସ୍ନେହ, ଶ୍ରଦ୍ଧା ଝରେ ତାହାରି କୋଳରୁ

     ଦେଖା ଦିଏ ଘନଶ୍ୟାମ ।

     

ମୁନା, ରବି, ନାଡୁ, ପପୁନି, ରଞ୍ଜନ 

   ହୁଅନ୍ତି ସେ ସଦା ମେଳ

ଲିପୁନୁ, ପିଙ୍କୁଆ, ପବିତ୍ର, ସଞ୍ଜୟ

    ଖେଳନ୍ତି ନୂତନ ଖେଳ ।


ତାଙ୍କରି ଶ୍ରଦ୍ଧାରେ ଆମରି ମଣ୍ଡପ

   ହସୁଥାଏ ସବୁ ଦିନ 

ସୁନ୍ଦର ଶୋଭିତ ଲାଗେ ପରିବେଶ

   ବହେ ଶାନ୍ତିର ଗଗନ ।


ସନ୍ଧ୍ୟା ଧୂପ, ଦୀପ, ଘଣ୍ଟ, ଘଣ୍ଟି ଏଠି 

  ପ୍ରତି ଦିନ ଶୁଣେ କର୍ଣ୍ଣ

ବଜରଙ୍ଗବାଲି ହସେ ଖିଲି ଖିଲି

   ଶୁଣି ତା ନାମ କୀର୍ତ୍ତନ ।


ଅନୁପ, ସବୁଜ, କାର୍ତ୍ତିକ, ବାବୁଲି 

   ହସେ ତାଙ୍କ କଣ୍ଠ ସ୍ୱର

ତାଙ୍କରି ସ୍ୱରରେ ଭଜନ ସନ୍ଧ୍ୟାରେ 

  ହୁଅନ୍ତି କେତେ ବିଭୋର ।


ଆହା କି ଆନନ୍ଦ ଏହି ଧରାଧାମ 

    ଅଟେ ଆମ ସରମଙ୍ଗା 

ତାହାରି କୋଳରେ ଜନ୍ମ ହୋଇ ଆମ୍ଭେ

     ବାହୁଅଛୁ ଆମରି ନାଁ ।


ଆଜି ଅଛୁ ଭାଈ କଲିକି ନ ଥିବୁ 

  କେତେ ଅବା ଆମ ଦିନ 

 ସେଥି ପାଇଁ ଆଜ୍ଞା ମନ ବୁଝିଲାନି 

    ବଖାଣିଲା ଅଂଶୁମାନ ।।



Rate this content
Log in