STORYMIRROR

Ansuman Swain

Children Stories

4  

Ansuman Swain

Children Stories

ମାଆ  ଓ ମମତା

ମାଆ  ଓ ମମତା

1 min
370


ଆକାଶଠୁ ଉଦାର ଯା ହୃଦୟ ମନ୍ଦିର

ସାଗରଠୁ ଗଭୀର ଯା ମମତାର ଦୁଆର ll


ମହୁଠାରୁ ମିଠା ଲାଗେ କଥା ତା'ର କୁହୁକ

ଦିନରାତି ଭୁଲିଯାଇ ଦୁଃଖ ସହେ ଅନେକ ll


ସୀମାହୀନ ସ୍ନେହ ତାର ଶ୍ରଦ୍ଧା ଲାଗେ କୁସୁମ

ହାତ ତା'ର ମୁଣ୍ଡେ ଥିଲେ ପାରିହୁଏ ଦୁର୍ଗମ ll


ପରବତ ଦୁଃଖ କଷ୍ଟ ନିମିଷକେ ଉଭାଏ

ତା କୋଳରେ ସୁଖ ନିଦ୍ରା ଘଡିଏ ଶୋଇଯାଏ ll


ମାଆର ନାମ ଟି ଅଟେ ଅମୃତର ଭଣ୍ଡାର

ଦୁନିଆରେ ଆଉ ଯାହା ଲାଗେ ସମ ଜହର ll


ସ୍ୱାର୍ଥ ନାହିଁ ନିସ୍ଵାର୍ଥ ସେ ଅନ୍ଧ ତା'ର ମମତା

ଅହଂକାର ନାହିଁ ମନେ ତେଣୁ ସେ ଜଗତଜିତା ll


ପଖାଳରେ ଶାନ୍ତି ତାର ଚାହେଁ ନାହିଁ ସ୍ୱାଦିଷ୍ଟ

ସନ୍ତାନର ଦୁଃଖ ଦେଖି ପାଏ ସଦା ସେ କଷ୍ଟ ll


ସୁନା ରୂପା ଗହଣାରେ ରଖେ ନାହିଁ ସରାଗ

ଝାଟି ମାଟି ଘରେ ରହି ମଣୁଥାଏ ସରଗ ll


କେଉଁ ପଦାର୍ଥରେ ସ୍ରଷ୍ଟା ଗଢିଛନ୍ତି ତାହାକୁ

ଧନ୍ୟ ସେହି ସ୍ରଷ୍ଟା ପୁଣି ଧନ୍ୟ କରେ ମାଆକୁ ll



Rate this content
Log in