ଜାତୀୟ ପତାକା ଆମର ପ୍ରତୀକ
ଜାତୀୟ ପତାକା ଆମର ପ୍ରତୀକ


ଜାତୀୟ ପତାକା ଉଡେ ଫର ଫର
ସ୍ୱାଧୀନ ପ୍ରତୀକ ରୂପେ
ଶାନ୍ତି ମୋତ୍ରୀ ପ୍ରୀତି ସମ୍ମାନର ଗୁଣ
ମୁଖରେ ସଦା ସେ ଜପେ ।
ସବୁଜ କମଳା ଶ୍ୱେତ ରଙ୍ଗ ଆଉ
ଅଶୋକ ସ୍ତମ୍ଭରେ ପୂର୍ଣ୍ଣ
ତ୍ରିରଙ୍ଗା ପତାକା ନାମଟି ତାହାର
ଦେଶକୁ ରଖେ ଅକ୍ଷୁର୍ଣ୍ଣ ।
ମନରେ ଜଗାଏ ବୀରତ୍ୱର ବାଣୀ
ଓଠରେ ଫୁଟାଏ ହସ
ସ୍ୱାଧୀନ ଆମର ଜନ୍ମଗତ ଦାବି
ମନରେ ଭରେ ସାହସ ।
ବିଶ୍ୱ ଦରବାରେ ସ୍ୱତନ୍ତ୍ର କରିଛି
ଭାରତ ମାତାର ନାଁ
ଇତିହାସ ତା'ର ମୂଳ ସାକ୍ଷୀ ଅଟେ
ଜାଣଇ ସହର ଗାଁ ।
ସେ ପତାକା ତଳେ ମସ୍ତକ ନୁଆଇଁ
ବୀରତ୍ୱର ଗାଥା ସ୍ମରେ
ତାହାରି ସମ୍ମାନ ଆମରି ଗୌରବ
ପ୍ରାଣ ବଳିଦାନ କରେ ।
ଜୟ ତୁ ଭାରତ ଜୟ ତୋ ପ୍ରତୀକ
ଝରାଏ ଅମୃତ ବାରି
ନୂଆ ରାଇଜର ନୂତନ ଜିଜ୍ଞାସା
ମନରେ ପଡଇ ଝରି ।