ଜହ୍ନରେ ଦେଖୁଛି ତୁମ ପ୍ରତିଛବି
ଜହ୍ନରେ ଦେଖୁଛି ତୁମ ପ୍ରତିଛବି
ଜହ୍ନ ରେ ଦେଖୁଛି ତୁମ ପ୍ରତିଛବି
ରାତି ଉଜାଗର ରହି
ଜହ୍ନଠୁ ସୁନ୍ଦର ଓଠ ତଳେ ତୁମ
ବିନ୍ଦୁଟିଏ କଳାଯାଇ ।
କିଏ ସେ ଗଢ଼ିଛି କେଉଁ ପଦାର୍ଥରେ
ତୁମ ସେ ନେତ୍ର ଯୁଗଳ
ନାଲି ଅଧରକୁ ଖିଲି ଖିଲି ହସ
କରିଛି ମତେ ପାଗଳ ।
ତୁମ ହାତ ଛୁଆ ଲାଗେ ପାରିଜାତ
ମିଳିଛି କି ମୋର ହାତେ
ଦିନ ରାତି ଖାଲି ଝୁରି ହୁଏ ମନ
ବସିଛ କି ତୁମେ ପାଖେ ।
ଧବଳ କିରଣ ତୁମ ଗୋରା ଦେହେ
ଲାଗଇ ଶ୍ୱେତକମଳ
ତୁମ ଦୁଇ ପାଦ ପଦ୍ମର ପାଖୁଡା
ଲାଜକୁଳୀଠୁ କୋମଳ ।
ପ୍ରେମର ନଈରେ ମୁଁ ଜଣେ ଧୀବର
ତୁମେ ମୋ ସ୍ୱପ୍ନ ନାୟିକା
ସବୁଥାଇ ପୁଣି ଲାଗେ ଆଜି କାଇଁ
କିଛି ନାହିଁ ଏକା ଏକା ।
ଆସି ଏକାନ୍ତରେ ଚୁମି ଯାଅ ଥରେ
ମୋର ଏ ତନୁ ମାନସ
ଅପେକ୍ଷାରେ ଚାହିଁ ବସିଛି ଗୋ ପ୍ରିୟା
ଅସ୍ଥିର ହୁଏ ନିଶ୍ୱାସ l