ମାତୃଭାଷା
ମାତୃଭାଷା
ଅର୍ପଣ କରୁଛି ମୋ ତନୁ ମନକୁ
ମାତୃଭାଷା ଗର୍ଭେ ଆଜି,
ଆଜୀବନ ତାର ରକ୍ଷା କରୁ ଥିବି
ସଂଗ୍ରାମୀ ଟି ଏ ମୁ ସାଜି ।
ବହି ଯାଉ ପଚ୍ଚେ ମୋ ଦେହ ରୁ ରକ୍ତ
ଚାଲି ଯାଉ ଏ ଜୀବନ ,
ତଥାବି ଲଢ଼ିବି ମାତୃଭାଷା ପାଇଁ
ତା ଭାବେ ହେବି ମୁଁ ଲୀନ ।
ରକ୍ତ ଜୁଡୁ ଜୁଡୁ ଏ ଦେହକୁ ମୋହର
ଖାଇ ଯାଉ ପଛେ ଶ୍ୱାନ,
ମୋ ପରେ ମୋହର ଉତ୍ତରାଧିକାରୀ
ସାଜି କା ବିକ ବପନ ।
ମୋ କ୍ଷୀଣ ଜ୍ଞାନ କୁ ରୂପ ମୁଁ ଦେଉଛି
ରଚନା ବଳୀ ରେ ମୋର ,
ଚେଷ୍ଟା ମୁ କରୁଛି ଜାଗ୍ରତ ନିମିତ୍ତ
ପରିବର୍ତ୍ତନ ର ସ୍ୱର ।
ଦେଖାଇବା ଆମ ସୃଜନୀ ମଧ୍ୟମେ
ଆମ ମାତୃଭାଷା ବଳ ,
ଆସ ଉତ୍କଳୀୟ ଉପ।ଡ଼ି ଦେବା ସେ
ବିଦେଶୀ ଭାଷା ର ମୂଳ ।
