ମନେ ପଡେ
ମନେ ପଡେ
ବେହାଲ୍ ଆଜି ମୁଁ ବର୍ଷାରେ
ଝୁରୁଛି ମୋ ଗାଁ ଗଣ୍ଡା ଧାରେ
ବହୁଥିବା ନଈ ଉଛୁଳି ବାରେ
ଗାଁ ଦାଣ୍ଡ ମୋର ଚହଲି ଥରେ
ସାଙ୍ଗ ମାନେ ମନେପକାଉଥିବେ
ମୁଁ ରହିଲି ବହୁଦୂରେ ସହରରେ
କାଗଜ ଏଠି ଭିଜେ ବର୍ଷା ଧାରେ
ମୋ ଗାଁରେ ଡଙ୍ଗା ହୋଇ ବହୁଥିବ
ମନେପଡେ ବର୍ଷାରେ ଓଦା ହୋଇ
ମାଛ ଧରିବାରେ ବନ୍ସି କଣ୍ଟାରେ
କେବେ ସାରୁଗଡିଆରେ କେବେ
ପାଣି ଚାଲୁଥିବା ରାସ୍ତାରେ
ଗାଁ ଚାଳ ଘରୁ ଧୁଆଁ ଉଠିବା ପରେ
ମୁଢ଼ି ଓ ଲୁଣିଆ ଅଦା ଚା ବଢିଆରେ
ଏଠି ସବୁ ଅଛି ନାହିଁ ଖୋଲା ହୃଦୟରେ
ବସିବା ଉଠିବା ଖାଲି ବିପଦ ଡାକରେ
ମଣିଷ ରକତ ଏଠି କଂକ୍ରିଟ ରାସ୍ତାରେ
ମୋ ଗାଁରେ ଭାବ ସ୍ନେହ କାହିଁ କେତେ ଦୂରେ
ପାର୍ବଣ ଯାଉଛି ଆସୁଛି ପାର୍ବଣ ଋତୁରେ
ଆବେଗ ଅବଶୋଷରେ ମୁଁ ଝୁରି ମରେ ।
