STORYMIRROR

Sunanda Mohanty

Abstract Drama Tragedy

3  

Sunanda Mohanty

Abstract Drama Tragedy

ମନେ ପଡେ

ମନେ ପଡେ

1 min
139

ବେହାଲ୍ ଆଜି ମୁଁ ବର୍ଷାରେ

ଝୁରୁଛି ମୋ ଗାଁ ଗଣ୍ଡା ଧାରେ

ବହୁଥିବା ନଈ ଉଛୁଳି ବାରେ

ଗାଁ ଦାଣ୍ଡ ମୋର ଚହଲି ଥରେ

ସାଙ୍ଗ ମାନେ ମନେପକାଉଥିବେ

ମୁଁ ରହିଲି ବହୁଦୂରେ ସହରରେ

କାଗଜ ଏଠି ଭିଜେ ବର୍ଷା ଧାରେ

ମୋ ଗାଁରେ ଡଙ୍ଗା ହୋଇ ବହୁଥିବ

ମନେପଡେ ବର୍ଷାରେ ଓଦା ହୋଇ

ମାଛ ଧରିବାରେ ବନ୍ସି କଣ୍ଟାରେ

କେବେ ସାରୁଗଡିଆରେ କେବେ

ପାଣି ଚାଲୁଥିବା ରାସ୍ତାରେ

ଗାଁ ଚାଳ ଘରୁ ଧୁଆଁ ଉଠିବା ପରେ

ମୁଢ଼ି ଓ ଲୁଣିଆ ଅଦା ଚା ବଢିଆରେ

ଏଠି ସବୁ ଅଛି ନାହିଁ ଖୋଲା ହୃଦୟରେ

ବସିବା ଉଠିବା ଖାଲି ବିପଦ ଡାକରେ

ମଣିଷ ରକତ ଏଠି କଂକ୍ରିଟ ରାସ୍ତାରେ

ମୋ ଗାଁରେ ଭାବ ସ୍ନେହ କାହିଁ କେତେ ଦୂରେ 

ପାର୍ବଣ ଯାଉଛି ଆସୁଛି ପାର୍ବଣ ଋତୁରେ

ଆବେଗ ଅବଶୋଷରେ ମୁଁ ଝୁରି ମରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract