STORYMIRROR

Debabrata Mishra

Abstract Drama Action

3  

Debabrata Mishra

Abstract Drama Action

ମଝିଦରିଆ

ମଝିଦରିଆ

1 min
124


ଜୀବନ ଦରିଆର ଗୋଟିଏ ପଟେ 

ପ୍ରତିଦିନ ମରୁଥିବା ମନ ଓ ତା'ର କିଛି ଇଛା

କିଛି କାନ୍ଦୁଥିବା ହସର ଛାଇ

ଆଉ କିଛି ହସୁଥିବା ଶବ୍ଦହୀନ ଲୁହ ।


ମଝିରେ ମୁଁ, ମୋର ଶରୀର

ଓ ତାକୁ ଜାବୁଡ଼ି ଧରିଥିବା ଆତ୍ମା


ଅନ୍ୟପଟେ କିଛି ବିବେକର କର୍ତ୍ତବ୍ଯ, ଧର୍ମ

ପ୍ରତିଦିନ ଭାଙ୍ଗୁଥିବା ବଡ଼ବଡ଼ ଆଶା, ସ୍ୱପ୍ନ

ଆଉ କିଛି ନିଶ୍ୱାସ ମାଧ୍ଯମରେ 

ତକିଆ ବୁଝୁଥିବା ଛଟପଟ ଛାତିର କୋହ।


          

ଜୀବନ ସାଗରର ଏକ ପାଖେ 

ଅତୀତକୁ ପ୍ରଶ୍ନ କରୁଥିବା ବର୍ତ୍ତମାନର ପ୍ରାଣ ପକ୍ଷୀ

ଭବିଷ୍ଯତର ଆଶଙ୍କାରେ ଗୋପନ ଭୟ

ହୃଦୟ କାଠଗଡ଼ାରେ ଦଣ୍ଡାୟମାନ ନିଜ ମୂକସାକ୍ଷୀ ।


ମଝିରେ ମୁଁ, ମୋର ଶରୀର

ଓ ତା' ଭିତରେ ହସୁଥିବା ବିବେକ ।


ଅନ୍ୟ ପାଖେ ରହିଛି ଆପଣା ରକତର ଦାୟିତ୍ୱ

ନଜର ରଖିଥିବା ଶିକ୍ଷା, ସଂସ୍କାରର ଆଖି 

ସମାଜ, ଦେଶପାଇଁ ଥିବା ସ୍ୱଳ୍ପ ମୂଲ୍ୟବୋଧ

କିଛି କ୍ଷଣ ଯାହା ନିଜକୁ ଦେଉଥାଏ ପରଖି।


           

ଜୀବନ ସମୁଦ୍ରର ଗୋଟିଏ ଦିଗରେ 

ରହିଛି ରୋଗୀ ମନ ନିକଟେ କୋହଲା ପାଗ

ଲୁଣିଆ ବର୍ଷାରେ ଭିଜିଭିଜି ରହିଥିବା

କ୍ଷତାକ୍ତ ବୟସକୁ ରୌଦ୍ରତାପର ଚାବୁକ୍ ଦାଗ, ।


ମଝିରେ ମୁଁ , ମୋର ଶରୀର

ଓ ତା' ଭିତରେ କାନ୍ଦୁଥିବା ଆହତ ମନ ।


ଅନ୍ୟ ଦିଗେ କଳ୍ପନାରେ ବଞ୍ଚୁଥିବା 

ଗୋଟେ କଳ୍ପନାର ମଣିଷ ଅବା ଅମଣିଷ

ଈଶ୍ବର କୁ ପ୍ରଶ୍ନ କରୁଥିବା ମୁର୍ଖ ନାସ୍ତିକ

ବୋଝେଇ ଚାଲୁଛି କେତେ ଭଙ୍ଗା ଭରସା ଓ ବିଶ୍ୱାସ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract