STORYMIRROR

Prafulla Chandra Mishra

Drama

3  

Prafulla Chandra Mishra

Drama

ଅଭିନବ ଚମ୍ପୂ

ଅଭିନବ ଚମ୍ପୂ

1 min
118


କୃଷ୍ଣ ଶ୍ରୀରାଧା କାନ୍ତ

ନାଗର ବର ହଟ ହଟା କଲତ,

କୃଷ୍ଣ ଶ୍ରୀରାଧା କାନ୍ତ ।।


ଗୋପରେ ଦେଲ ରାଧା ମହତ ବିକି

ଢେଙ୍ଗୁରା ବାଇ ତାକୁ କଲ ଅସତୀ

କୃଷ୍ଣ ଶ୍ରୀରାଧା କାନ୍ତ।।


କରିଲ ଚୋରୀ ଗୋପେ ଲବଣୀ ସର

ମୂରଲୀ ପାଣି ଗୋପୀ ଦୁକୁଳ ଚୋର

କୃଷ୍ଣ ଶ୍ରୀରାଧା କାନ୍ତ।।


ଗୋପରେ ଗୋପାଙ୍ଗନା ମାନ ମହତ 

ହଜାଇ ଦେଲ ତୁମେ ହେ ଗୋପୀ ନାଥ,

କୃଷ୍ଣ ଶ୍ରୀରାଧା କାନ୍ତ।।


ଏତେ କଳଙ୍କ ଥାଇ ବ୍ରଜେ ବସନ୍ତ

କେମିତି ଲୁଚିଗଲା ଏତେ କଳଙ୍କ 

କୃଷ୍ଣ ଶ୍ରୀରାଧା କାନ୍ତ।।


କଳଙ୍କ ଟିକା କି କାରଣେ ଶ୍ରୀରାଧା

ମଥା ରେ ବୋଳି ଦେଲ ନକରି ଦ୍ଵିଧା 

କୃଷ୍ଣ ଶ୍ରୀରାଧା କାନ୍ତ।।


ପ୍ରଫୁଲ୍ଲ ଭାବେ ବସି ହୋଇ ଚକିତ

ରଚୁଛ ଏକି ଲୀଳା ବିଶ୍ଵ ସମ୍ରାଟ 

କୃଷ୍ଣ ଶ୍ରୀରାଧା କାନ୍ତ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama