STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ଭଗବାନ କପିଳ

ଭଗବାନ କପିଳ

2 mins
232



ମନୁ-ଶତରୁପା ଦୁହେଁ ଆଦ୍ୟ ପୁରୁଷ ଓ ନାରୀ

ସନ୍ତାନ ସୃଷ୍ଟି ଦାୟିତ୍ୱ ତାଙ୍କ ଥିଲା ସର୍ବୋପରି

ପ୍ରିୟବ୍ରତ ଓ ଉତ୍ତାନପାଦ ନାମେ ଦୁଇ ପୁତ୍ର

ଆକୃତି,ପ୍ରସୂତି, ଦେବହୁତି ତିନି କନ୍ୟା ଜାତ


କର୍ଦ୍ଦମ ଋଷିଙ୍କ ସହ ଦେବହୁତିଙ୍କ ବିବାହ

ବିଷ୍ଣୁଙ୍କ ଯୋଜନା ଆଧାରରେ ହୋଇଲା ନିର୍ଣ୍ଣୟ


ଦେବହୁତି-କର୍ଦ୍ଦମଙ୍କ ବିବାହ ହେଲା ତ୍ୱରିତ

କ୍ରମେ ଋଷି ସେବା କାର୍ଯ୍ୟେ ଦେବହୁତି ନିୟୋଜିତ 

କର୍ଦ୍ଦମ ଋଷିଙ୍କ ତପ ପ୍ରାୟ ଥିଲା ଅବ୍ୟାହତ

ସାଂସାରିକ ସୁଖ ବିନା ଦେବହୁତି ଥିଲେ ଚିନ୍ତିତ

ତଥାପି ପତିଙ୍କ ସେବା ପତ୍ନୀ ଧର୍ମ ଦ୍ୱାହି ଦେଇ

କ୍ରମେ ମହର୍ଷି ଜ୍ଞାତ ହେଲେ ପତ୍ନୀ ତାଙ୍କ ପାଇଁ 

ଯୋଗବଳେ ସେ' ଋଷି କର୍ଦ୍ଦମ ହେଲେ ଅବଗତ

ଦେବହୁତି ମନ ଜାଣି, ବ୍ୟବସ୍ଥା କଲେ ତୁରନ୍ତ


ଯୋଗବଳେ ଋଷି ମହଲ ଓ ବିମାନ ଭିଆଇ

ନଅ ବର୍ଷ ନବ ଲୋକ ବି ଭ୍ରମିଲେ ସାଥୀ ହୋଇ

କ୍ରମେ ଦେବହୁତିଙ୍କ ଗର୍ଭରୁ ନଅ କନ୍ୟା ଜାତ

ନଅ ବର୍ଷ ପରେ ସ୍ଵ-ସ୍ଥାନ କୁ ଆସିଲେ ତ୍ୱରିତ

ଦେବହୁତି ମନେ ପୁତ୍ର ଆଶା ,ଋଷି ହେଲେ ଜ୍ଞାତ

ସ୍ଵୟଂ ନାରାୟଣ ପୁତ୍ର ହେବେ,କଲେ ଅବଗତ

ନୂତନ ଯୁଗ ଆରମ୍ଭେ ,ପୁତ୍ର ରୂପେ ନାରାୟଣ

ସେହି ପୁତ୍ର ପ୍ରାପ୍ତି ବଳେ,ହେବ ମୋକ୍ଷର କାରଣ

ପୁତ୍ର କପିଳ ହିଁ ମୋକ୍ଷ ମାର୍ଗ କହିବେ ବୁଝାଇ

ଏ କଥା ପତ୍ନୀଙ୍କୁ କର୍ଦ୍ଦମ କହିଲେ କ୍ରମେ ତହିଁ 


ତପସ୍ୟା ଅର୍ଥେ ଋଷି କର୍ଦ୍ଦମ ଚାଲିଲେ ବନକୁ 

କାଳ କ୍ରମେ ବାର ବର୍ଷ ବୟସ ସେ' କପିଳଙ୍କୁ 

ଦର୍ଶନ ଶାସ୍ତ୍ରର ସାଂଖ୍ୟ ଜ୍ଞାନ ଅତି ସହଜରେ

ମାତା ଦେବହୁତିଙ୍କୁ ବୁଝାଇ କହିଲେ ସେ' ଧୀରେ

ମାତା ଦେବହୁତୀଙ୍କର ପ୍ରତି ପ୍ରଶ୍ନ ର ଉତ୍ତର

ସରଳ ଭାଷାରେ ବି କପିଳ କହିଲେ ସତ୍ତ୍ୱର 

ନିଜର ପ୍ରକୃତି ସ୍ୱରୁପିଣି ଯୋଗମାୟା ବଳେ

ଏ ସୃଷ୍ଟି ସର୍ବ ବ୍ୟାପକ ଈଶ୍ୱର ହିଁ ଭିଆଇଲେ 

ପ୍ରକୃତିର ସତ୍ତ୍ଵ ରଜ ତମ ଗୁଣ ଆଧାରରେ

ସୃଷ୍ଟିର ଉତ୍ପତ୍ତି, ସ୍ଥିତି ଓ ସଂହାର କାର୍ଯ୍ୟ କରେ

ରଜ ଗୁଣରେ ସର୍ଜନା,ସତ୍ତ୍ଵ ଗୁଣରେ ପାଳନ

ତମ ଗୁଣ ଧାରେ ହିଁ ସଂହାର,ବିଧିର ବିଧାନ


ନବଧା ଭକ୍ତି ହିଁ ପରମାତ୍ମାଙ୍କ ପ୍ରୀତି ନିମନ୍ତେ 

ହୃଦୟରେ ଭକ୍ତି ଭାବ ଜାଗି ରହୁ ଅବିରତେ 

>କପିଳ ମୁନିଙ୍କ ମୁଖରେ ନବଧା ଭକ୍ତିର ଉକ୍ତି

ମାତା ଦେବହୁତି ନିକଟେ ବ୍ୟାଖ୍ୟା ହେଲା ସମ୍ପ୍ରତି 

ଶ୍ରବଣ,କୀର୍ତ୍ତନ,ସ୍ମରଣ,ପୂଜନ ଓ ବନ୍ଦନ

ପାଦ ସେବନ, ଦାସ୍ୟ, ସଖ୍ୟ ଓ ଆତ୍ମ ନିବେଦନ


ସେ' ନବଧା ଭକ୍ତି କାଳ କ୍ରମେ ହୋଇଛି ସାଧିତ

ପୁରାଣ ପୃଷ୍ଠାରେ ସ୍ଥାନିତ ଅଛି ବହୁ ଦୃଷ୍ଟାନ୍ତ 

ଉଦାହରଣ ରେ ନବଧା ଭକ୍ତିର ସ୍ପଷ୍ଟ ଚିତ୍ର

ଶ୍ରବଣ ଭକ୍ତିରେ ଶୁକ ମୁନି, ବିଭୁ କୃପା ପ୍ରାପ୍ତ

କୀର୍ତ୍ତନ ରେ ଲିପ୍ତ ରହି ଶ୍ରୀଚୈତନ୍ୟ ଆତଯାତ

ଶୟନେ ସପନେ ଥିଲା ମନ ଓ ପ୍ରାଣ ସଂଯୁକ୍ତ

ମୃତ୍ୟୁ ବେଳେ ଅଜାମିଳ ,ବ୍ୟାଧ କବଳେ ମୃଗୁଣୀ

ପ୍ରଭୁ ନାମ ସ୍ମରଣରେ ମୁକ୍ତି ଲଭିଲେ ସେ'କ୍ଷଣି

କୁଟୀରରେ ପାଦ ପଡୁ ଚିନ୍ତି ଶବରୀ ହୃଦରେ 

ପ୍ରଭୁ ପାଦ ସେବା ପାଇଁ ଉଭା କୁଟୀର ଦୁଆରେ

ପୂଜା ଅର୍ଚ୍ଚନାରେ କୁବ୍ଜା ଦିନ ରାତି ଥିଲା ମଗ୍ନ

ପ୍ରଭୁ କୃପା ପ୍ରାପ୍ତି ବଳେ ସୌନ୍ଦର୍ଯ୍ୟ ହେଲା କାରଣ

ବନ୍ଦନା ରେ ପ୍ରହଲ୍ଲାଦ ପ୍ରଭୁ ନାମରେ ଜଡିତ

ସର୍ବ ବ୍ୟାପି ପ୍ରଭୁ ପୁଣି ସ୍ତମ୍ବେ ହୋଇଲେ ସମ୍ଭୂତ

ଦାସ୍ୟ ହନୁମାନ ସହ ରାମାୟଣର ବୃତ୍ତାନ୍ତ

ଯୁଗ ଯୁଗ ପାଇଁ ଶ୍ରେଷ୍ଠ ଭକ୍ତ, ଦାସ୍ୟ ପ୍ରତି ପ୍ରୀତ 

ଅର୍ଜୁନଙ୍କ ସହ ସଖା ଭାବ, ସୁଦାମା ତ ବନ୍ଧୁ ଭାବେ

ଜଣେ ବିଶ୍ଵ ରୂପ,ଜଣେ ବୈଭବ ପ୍ରାପ୍ତି ଗୌରବେ 

ଆତ୍ମ ନିବେଦନ ଗୋପାଙ୍ଗନା ,ମୀରା ବାଇ ପରି

ଲିପିବଦ୍ଧ ରହିଅଛି ମୀରା ବାଇ ,ଗୋପ ନାରୀ


ମାତା ପ୍ରତି ପୁତ୍ର କପିଳର ସେହି ଭକ୍ତି ଜ୍ଞାନ

ଭକ୍ତି ଅଙ୍କୁରିତ ବଳେ ବୈରାଗ୍ୟ ଆପେ ଉତ୍ପନ୍ନ 

କ୍ରମେ ଚେତନାରେ ଦିବ୍ୟଜ୍ଞାନ ବି ହୁଏ ସ୍ପୁରଣ

ପରମାର୍ଥ ସହ ପରମତତ୍ତ୍ୱ ଲଭେ ଜୀବନ

ଜୀବର ବିଷୟ ପ୍ରତି ମୋହ ତୁଟେ ଭକ୍ତି ବଳେ

ପରମାନନ୍ଦ ଓ ମୋକ୍ଷ ପ୍ରାପ୍ତି ହୁଏ ଆପେ ବଳେ


ବନ୍ଧନ ଅବା ମୋକ୍ଷର ମନ ଅଟଇ କାରଣ 

ଭକ୍ତି ସହ ସାଂଖ୍ୟ ଜ୍ଞାନ ମାତାଙ୍କୁ ହେଲା ବର୍ଣ୍ଣନ

କ୍ରମେ କପିଳଙ୍କ ଯାତ୍ରା ସମୁଦ୍ର ତଟ ଦେଶରେ

ସ୍ଥାନିତ ହୋଇଲେ ଆପେ ସମୁଦ୍ର ଗର୍ଭ ଭିତରେ

ଧନ୍ୟ ପ୍ରଭୁ ସେ' କପିଳ ଅବତାର ର ରହସ୍ୟ 

ପ୍ରଭୁ ପ୍ରତି ଭକ୍ତି ଭାବନା ହୃଦେ ରହୁ ଅବଶ୍ୟ

ବିଷ୍ଣୁଙ୍କର ଥିଲା ଅବତାର କପିଳ ରୂପରେ

ପଞ୍ଚମ ଅବତାର ର କଥା,ଶାସ୍ତ୍ର ଆଧାରରେ



Rate this content
Log in

Similar oriya poem from Abstract