STORYMIRROR

Bidyadhar Mantry

Drama Classics Others

4  

Bidyadhar Mantry

Drama Classics Others

ଲକ୍ଷ୍ମୀ ନାମେ ଶ୍ରଦ୍ଧା ଜନ ମାନସରେ

ଲକ୍ଷ୍ମୀ ନାମେ ଶ୍ରଦ୍ଧା ଜନ ମାନସରେ

2 mins
13


ଲକ୍ଷ୍ମୀଙ୍କ ମନ୍ଦିର ଶ୍ରୀମନ୍ଦିର ବେଢ଼ାରେ

ସ୍ଥିତ ପଶ୍ଚାତ ଭାଗରେ

ମନ୍ଦିରର ନାମ ଶୁଣୁ ଶୁଣୁ ଭକ୍ତି

ଶ୍ରଦ୍ଧା ଜନ ମାନସରେ

କିମ୍ବଦନ୍ତୀ ଇତିହାସ ଓ ପୁରାଣ

ଗାଏ ଭିନ୍ନ ଭିନ୍ନ ଗାଥା

ଧନ ଓ ଐଶ୍ୱର୍ଯ୍ୟ ପ୍ରାପ୍ତି ଆଶାରେ

ଭକ୍ତ ନୁଆଁଉଛି ମଥା

ପୁରାଣ ଶାସ୍ତ୍ରରେ ଦେବୀ ମହାଲକ୍ଷ୍ମୀ

ଶ୍ରୀମନ୍ଦିରେ ସାଆନ୍ତାଣୀ

ପ୍ରଥମରେ ପତ୍ନୀ ପରେ ଦେବୀ ମାନ୍ୟ

ମାତା ଲକ୍ଷ୍ମୀ ଠାକୁରାଣୀ

ମାନ ଅଭିମାନ ପ୍ରେମ ପ୍ରୀତି ଦୃଷ୍ଟ

ସ୍ବାମୀ ଜଗନ୍ନାଥ ପ୍ରତି

ସାଧାରଣ ଓଡ଼ିଆ ଗୃହିଣୀ ସମ

ଲକ୍ଷଣ ମାନ ସମ୍ପ୍ରତି 


ଲକ୍ଷ୍ମୀଙ୍କ ଉତ୍ପତ୍ତି ବା ଜନ୍ମ ରହସ୍ୟ

ଅଛି ଭିନ୍ନ ଭିନ୍ନ ମତେ

କିନ୍ତୁ ଲକ୍ଷ୍ମୀଙ୍କ ସହିତ ନାରାୟଣ

ରହିଛନ୍ତି ସାଥେ ସାଥେ

ଯୋଗ-ନିଦ୍ରା ରେ ନିଶ୍ଚଳ ନିରାକାର

ନିର୍ଗୁଣ ହେଲା ସଗୁଣ

ଆଦି-ବ୍ରହ୍ମା ବିଷ୍ଣୁ ଶଙ୍କର କ୍ରମଶଃ

ସୃଷ୍ଟି ସର୍ଜନା ପାଳନ

କାଳ କ୍ରମେ ସାଗର ମନ୍ଥନେ ଜାତ

ଲକ୍ଷ୍ମୀ ଜଗତ ଜନନୀ

ତେଜସ୍ଵୀ ପୁରୁଷଙ୍କୁ ପତି ରୂପରେ

ବିଷ୍ଣୁଙ୍କ ହେଲେ ଘରଣୀ


କଳି ଯୁଗେ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିରେ

ବିଷ୍ଣୁ ସ୍ଵୟଂ ଜଗନ୍ନାଥ

ଶ୍ରୀମନ୍ଦିର ପଶ୍ଚାତ ଭାଗରେ ଦେବୀ

ମହାଲକ୍ଷ୍ମୀ ବିରାଜିତ

ମହାଲକ୍ଷ୍ମୀ ଗ୍ରହଣ କରନ୍ତି ନାହିଁ

ଜଗନ୍ନାଥଙ୍କ ପ୍ରସାଦ

ସିନ୍ଧୁ ସୁତା ପତି ସ୍ୱୟଂ ଜଗନ୍ନାଥ

ଏକା ଜାଣିଛନ୍ତି ଭେଦ

ଲକ୍ଷ୍ମୀଙ୍କର ପାକଶାଳା ବି ସ୍ଵତନ୍ତ୍ର

ଘୃତ ପାକ ପିଠା ହୁଏ

ମହାଲକ୍ଷ୍ମୀଙ୍କର ପ୍ରସାଦ ରୂପେ

ବ୍ୟବହୃତ ହୋଇ ଥାଏ

ଭିତିରି ରହସ୍ୟ କିଏ ବା ଜାଣିବ

ବୁଝିବା ଶକ୍ତି ବାହାରେ

ଲକ୍ଷ୍ମୀ ଜଗନ୍ନାଥଙ୍କର ପାକଶାଳା

ଅଲଗା କେଉଁ ଭାବରେ ???

ଗୁରୁବାରେ ଲକ୍ଷ୍ମୀ ଶ୍ରୀଦେବୀ ରୂପରେ

ମଦନ ମୋହନ ସାଥେ

ପାଲିଙ୍କିରେ ମହାଲକ୍ଷ୍ମୀ ମନ୍ଦିରକୁ

ଯାଇ ରହନ୍ତି ଏକାନ୍ତେ 


ଉତ୍କଳରେ ଲକ୍ଷ୍ମୀଙ୍କ ପୂଜନ ବିଧି

ମାର୍ଗଶିର ଗୁରୁବାରେ

ଲକ୍ଷ୍ମୀ ପୁରାଣ ପଠନ ସହିତରେ

ପୂଜା ହୁଏ ଭକ୍ତି ଭରେ

ଲକ୍ଷ୍ମୀଙ୍କ ମନ୍ଦିର ମନ୍ଦିର ବେଢାରେ

ଯଦିଓ ଭବ୍ୟ ନିର୍ମାଣ

ପ୍ରତି ଓଡ଼ିଆଣୀ ମନ ମନ୍ଦିରରେ

ଲକ୍ଷ୍ମୀଙ୍କର ହିଁ ଆସ୍ଥାନ


ଆହେ ସିନ୍ଧୁ ସୁତା ପତି ଜଗନ୍ନାଥ

ମାନବୀୟ ଲୀଳା କର

ରଥ ଯାତ୍ରା ବେଳେ ନ ନିଅ ଲକ୍ଷ୍ମୀଙ୍କୁ

କି ଭାବ ଅଛି ତହିଁର!!!

ଜ୍ୟେଷ୍ଠ ଏକାଦଶୀ ତିଥିରେ ବିବାହ

ଉତ୍ସବ ହୁଏ ପାଳିତ

ଲକ୍ଷ୍ମୀ ସ୍ୱରୂପା ରୁକ୍ମିଣୀଙ୍କ ସାଥିରେ

ବିଧି ବିଧାନ ସହିତ

ଦ୍ଵାଦଶୀ ରେ ଯମେଶ୍ୱର ଭ୍ରମଣରେ

ଲକ୍ଷ୍ମୀ ମଦନ ମୋହନ

ପୁଣି ହୋମ ବିଧି ଚତୁର୍ଦ୍ଦଶୀ ଦିନ

ହୋଇଥାଏ ଆୟୋଜନ

ବିବାହ ପୂର୍ଣ୍ଣାଙ୍ଗ ହୋଇବା ପୂର୍ବରୁ

ସ୍ନାନ ପୂର୍ଣ୍ଣିମା ତିଥିରେ

ସୁନା କୂଅ ପାଣି ସ୍ନାନ କରି ପ୍ରଭୁ

ପୀଡିତ ଥାନ୍ତି ଜ୍ବରରେ

ଜ୍ଵର ରୁ ଆରୋଗ୍ୟ ହୋଇ ରଥ ଯାତ୍ରା

ଭାଇ ଭଉଣୀ ସହିତ

ବିରହରେ ରହି ଲକ୍ଷ୍ମୀ ଠାକୁରାଣୀ

ରଥ ପ୍ରତି ଦୃଷ୍ଟିପାତ

ହେରା ପଞ୍ଚମୀରେ ରଥ ଭାଙ୍ଗି ଥାନ୍ତି

ତଥାପି ପ୍ରଭୁଙ୍କ ଚିନ୍ତା

ଫେରିବା ପଥକୁ ଚାହିଁ ରହିଥାନ୍ତି

ସିନ୍ଧୁ ସୁତା ଲକ୍ଷ୍ମୀ ମାତା

ବାହୁଡ଼ା ତିଥିରେ ଶ୍ରୀନଅର ପାଶେ

ଲକ୍ଷ୍ମୀ ନାରାୟଣ ଭେଟ

ନୀଳାଦ୍ରି ବିଜୟ ଦିନ ବନ୍ଦାପନା

କ୍ରମେ ପ୍ରଭୁଙ୍କ ନିକଟ

ମହାଲକ୍ଷ୍ମୀ ଦ୍ଵାର ବନ୍ଦ କରି ଥାନ୍ତି

ଜୟ ବିଜୟ ଦ୍ୱାରେ

"ଦ୍ଵାର ଖୋଲ ସିନ୍ଧୁ ରାଜ ଜେମା" କହି

ପ୍ରଭୁଙ୍କ ପ୍ରେମ ଭାଷାରେ

ରସଗୋଲା ପାଟ ବସ୍ତ୍ର ସହିତରେ

ହୁଅଇ ମାନ ଭଞ୍ଜନ

ଲକ୍ଷ୍ମୀ ନାରାୟଣ କଳି ଦେଖିବାକୁ

ଉତ୍କଣ୍ଠିତ ଭକ୍ତ ପ୍ରାଣ

ଧନ୍ୟ ପ୍ରଭୁ ତୁମ ମାନବୀୟ ଲୀଳା 

ଧନ୍ୟ ମାତା ସିନ୍ଧୁ ସୂତା

ପତି ପତ୍ନୀ କଳି ସମାଧାନ ସୂତ୍ର

ରସଗୋଲା ହିଁ ବ୍ୟବସ୍ଥା

ମାନ ଭଞ୍ଜନ ପରେ ଲକ୍ଷ୍ମୀ ବିଜେ

ଆପଣା ପୁର ବା ମନ୍ଦିରେ

ମିଠା ଦେଇ ମିଠା କଥା କହି ପ୍ରଭୁ

ବିଜେ ରତନ ବେଦିରେ

ସ୍ଵୟଂ ପରଂବ୍ରହ୍ମ ଜଗନ୍ନାଥ ସହ

ଲକ୍ଷ୍ମୀ ରୂପରେ ଶ୍ରୀଦେବୀ

ନିଜ ପୁରେ ବା ମନ୍ଦିରେ ବିଜେ

ମହାଲକ୍ଷ୍ମୀ ସ୍ଵୟଂ ଦେବୀ


କୃପା କର ଆହେ ସିନ୍ଧୁ ସୁତା ପତି

ଜ୍ଞାନ ନେତ୍ର ଦିଅ ଖୋଲି

ଭ୍ରାତା ଭଗ୍ନୀ ସହ ମିଶି ରହିଅଛ 

ପତ୍ନୀ ସହ କିମ୍ପା କଳି??



Rate this content
Log in

Similar oriya poem from Drama