STORYMIRROR

Goutam Mohanty

Drama Tragedy Inspirational

4  

Goutam Mohanty

Drama Tragedy Inspirational

ଭାବ ବିନୋଦିଆ କାଳିଆ ଠାକୁର

ଭାବ ବିନୋଦିଆ କାଳିଆ ଠାକୁର

1 min
580


ଯାଇଥିଲି ଥରେ  ତୋର ଶ୍ରୀ ମନ୍ଦିରେ

    ତୋର ଦରଶନ ପାଇଁ।

ସେହିଦିନ ଠାରୁ  ତୋର ମୁଖ ଜଗା

    ଆଖିରେ ମୋ ନାଚୁଥାଇ।।

ସତେ କି ସୁନ୍ଦର ତୋ ରୂପ ଦର୍ଶନ

    ଚକାଚକା ଆଖି ଦୁଇ।

ତୋ ଆଖି ସହିତ ମୋ ଆଖି ମିଶିଲା

   ଲୁହ ଧାର ଗଲା ବୋହି।।

ଦୁଇହାତ ମୋର ଟେକିଦେଲି ଯେବେ

    ଦୁଃଖ ସବୁ ଗଲି ଭୁଲି।

ଶରଣ ପଶିଲି   ପାଦପଦ୍ମେ ତୋର

    ଛାର ଭକ୍ତଟିଏ ବୋଲି।।

ଚକାଆଖି ମେଲି   ଚାହିଁ ରହିଥାଉ

    ଭକତର ଦୁଃଖ ହରୁ।

କରୁଣାସାଗର    କରୁଣାରୁ ଟିକେ

   କେବେ ବି ଊଣା ନ କରୁ।।

ମାଗିବାକୁ କିଛି  ଯାଇଥିଲି ତୋତେ

   ଦେଖୁ ଦେଖୁ ଭୁଲିଗଲି।

ତୁହି ମୋର ପ୍ରାଣ  ତୁହି ମୋ ଜୀବନ

   ଅନ୍ତର୍ଯାମୀ ନାଥ ବୋଲି।।

ଜଗତର ନାଥ     ଭକତର ବନ୍ଧୁ

    ପତିତପାବନ ତୁହି।

ମାଗିବା ଆଗରୁ   ଥାଳ ଭରିଦେଉ

   କ'ଣ ବା ମାଗିବି ମୁହିଁ ?।।

କେତେ ପାପୀ ତପୀ  ହୁଅନ୍ତି ବିକଳ

    ତୋର ଦରଶନ ପାଇଁ।

ସବୁଙ୍କୁ ଆଶ୍ରୟ   ଦେଇଥାଉ ପାଦେ

     ସର୍ବ ଶରଣର ସାଇଁ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama