ବୋଉଲୋ ମୁଁ ଭଲରେ ଅଛି
ବୋଉଲୋ ମୁଁ ଭଲରେ ଅଛି


ମନ ଊଣା କରିବୁନି ବୋଉ ଲୋ
ଛାଡି ମୁଁ ଆସିଛି ବୋଲି ।
ତୋ ସଂସ୍କାର ମନେ ମୋର ରଖିଛି
ବୋଉଲୋ ଯାଇନି ଭୁଲି ।।
ଭାବି ବୁନି ବୋଉ ଲୋ ଝିଅ ତୋର
ପାରିବନି କିଛି ସହି ।
ତୋ ଠାରୁ ପରା ମୁଁ ଶିଖିଛି
ବଡ଼ ଲୋକଙ୍କୁ ଉତ୍ତର ନାହିଁ ।।
ରାଣ ଦେଲି ବୋଉ ତତେ ଲୋ
ଭାବି ବୁନି ବେଶୀ କିଛି ।
ସତ ମୁଁ କହୁଛି ତତେ ବୋଉଲୋ
ମୁଁ ଭଲରେ ଅଛି ।।୧।।
ଘରେ ପସୁ ପସୁ ନଣନ୍ଦ ଓଗାଳୀ
ମାଗିଲେ ନଣନ୍ଦ ପୁଟୁଳି ।
ସର୍ବ ସମ୍ମୁଖରେ ଖୋଲି ଦେଇ ସେ ଯେ
ଆରମ୍ଭ କରିଲେ ଗାଳି ।।
ଛି ଛି କହି ଫିଙ୍ଗି ଦେଲେ ସବୁ
କହିଲେ ବ୍ରାଣ୍ଡ ନାହିଁ ।
ବନାରଶି ପାଟ ପସନ୍ଦ ହେଲାନି
ସମ୍ବଲପୁରୀ ନାହିଁ କାହିଁ ।।
ବେକ ହାର ଦେଖି ଶାଶୁ ମୋ କହିଲେ
ଭରିଏ ଓଜନ ହବନି ।
ପାଦୁ ମୋ ପାଉଁଜି ଖୋଲିକି ନଣନ୍ଦ
କହିଲେ ଭାଉଜ ଦେବିନି ।।
ଶଶୁର କହିଲେ ମୁଁହ ଦେଖି ମୋର
ବୋହୂ ସଣ୍ଠଣା ସଂସ୍କାର ଶିଖିଛି ।
ସତ ମୁଁ କହୁଛି ତତେ ବୋଉଲୋ
ମୁଁ ଭଲରେ ଅଛି ।।୨।।
ଭାର ଗାଡ଼ି ଦେଖି ଗାଁ ଲୋକ କହୁଛନ୍ତି
ଏ ସି ଖଣ୍ଡେ ବାପ ଦେଇନି ।
ମିଠା ଭାର ସବୁ ଯାହା ଦେଇଥିଲ
ଶାଶୁ କଂ ପସନ୍ଦ ହେଲାନି ।।
ଦିଅର କୁହନ୍ତି ଭାଉଜ ଫିଟିଂ
ନୁହଁ ମୋ ଭାଇ କୁ ।
ସ୍ମାର୍ଟ୍ ହଣ୍ଡ୍ସମ୍ ଭାଇ ମୋର
ମ୍ୟାଚିଂ କରୁନି ତମକୁ ।।
ଭାଗ୍ୟ ଶାଳୀ ମୁଁ ଯେ ଭଲ
ଘର ଆଉ
ଭଲ ସ୍ବାମୀ ଟିଏ ପାଇଛି ।
ସତ ମୁଁ କହୁଛି ତତେ ବୋଉଲୋ
ମୁଁ ଭଲରେ ଅଛି ।।୩।।
ଯାହା ବୁଝିଥିଲୁ ସବୁ ସତ ବୋଉ
ସ୍ବାମୀ କରିଛନ୍ତି ବଡ଼ ଚାକିରି ।
ପଇସାର ଯମା ଅଭାବ ନାହିଁଲୋ
ବୁଦ୍ଧିଆ ଚାଲାଖ ଭାରି ।।
ଟାଣ କରି ପଦେ କହନ୍ତିନି କେବେ
କାଳେ ମୋତେ କଷ୍ଟ ହେବ ।
କହିବା ଆଗରୁ ସବୁ ଆଣିକି ଦିଅନ୍ତି
କିଛି ନାହିଁ ମୋର ଅଭାବ ।।
ମନ କଥା ଯେବେ କହିବାକୁ ଭାବେ
ସ୍ବାମୀ ଙ୍କ ପାଖରେ ବସି ।
ସ୍ବାମୀ ମୋ କୁହନ୍ତି ବ୍ୟସ୍ତ ଅଛି ଟିକେ
ପଛେ କହି ଦେବ ଆସି ।।
ଥକି ଯାଇଥିବେ କାମ କରି କାଳେ
ଭାବି ମୁଁ କହୁନି କିଛି ।
ସତ ମୁଁ କହୁଛି ତତେ ବୋଉଲୋ
ମୁଁ ଭଲରେ ଅଛି ।।୪।।
ଜିଦି କରି ଯଦି ଅଳି କରି କେବେ
କହିଦିଏ ମନ କଥା ।
ସ୍ବାମୀ ମୋ କୁହନ୍ତି ଟେଂସନ୍ ରେ ଅଛି
ବଢ଼ାଅନି ମୁଣ୍ଡ ବ୍ୟଥା ।।
ମଦ ବିଡି ନିଶା ଅଭ୍ୟାସ ନାହିଁ
କହୁଅଛି ମୁଁ ଯେ ଗର୍ବରେ ।
ହେଲେ ଚିହ୍ନି ପରନ୍ତିନି ସ୍ବାମୀ ମୋର ମୋତେ
ଥାନ୍ତି ଯେବେ ସେ ରାଗ ରେ ।।
ଚଉଦ ପୁରୁଷ ମୋ ଉଗାଳୀ ଦିଅନ୍ତି
କେତେ ନୂଆ ଶବ୍ଦ କହି ।
କଥା କଥାରେ ସେ କୁହନ୍ତି ମୋତେ
ତାଙ୍କୁ ମୁଁ ବୁଝି ପାରିଲି ନାହିଁ ।।
ତତେ ଦେଖିବାକୁ ବୋଉଲୋ
ଭାରି ମୋର ଇଚ୍ଛା ହେଉଛି ।
ସତ ମୁଁ କହୁଛି ତତେ ବୋଉ ଲୋ
ମୁଁ ଭଲରେ ଅଛି ।।୫।।