ଅସରାଏ ମେଘ ବରସିଥିଲା
ଅସରାଏ ମେଘ ବରସିଥିଲା
1 min
357
ନିଦାଘର ତାତି ସରିଯାଇଥିଲା
କାଳ ବୈଶାଖୀ ହେବାର ସମ୍ଭାବନା ନଥିଲା
ମୌସୁମୀ ଫେରିସରିଥିଲା
ତଥାପି ଅସରାଏ ମେଘ ବରଷି ଥିଲା ।
ସୂର୍ଯ୍ୟ ଆସି ସାରିଥିଲେ ହେଲେ
ସହରାଟା ଉଠି ନଥିଲା
ପାଖରେ ଛତା ଥିଲା ହେଲେ ପାଖାପାଖି
ଠିଆ ହେବାର ସାହସ ନଥିଲା ।
ଅନେକ ଭୟ ଆଉ ଉଦ୍ଦୀପନାର
ଛାତି ଟିକେ ଟିକେ ଥରୁଥିଲା
ସ୍ପନ୍ଦନ ବଢୁଥିଲା ଓଠ ନୀରବ ଥିଲା
ହେଲେ ଆଖି ଅନେକ କିଛି କହୁଥିଲା ।
ପ୍ରେମର ମେଘଟା ଆମକୁ
ଭିଜେଇ ସାରିଥିଲା
ମୌସୁମୀ ନଥିଲା କି ବୈଶାଖୀ ନଥିଲା
ତଥାପି ଅସରାଏ ମେଘ ବରଷି ଥିଲା ।