Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rupali priyadarshini Samantaray

Romance

3  

Rupali priyadarshini Samantaray

Romance

ମୁଁ ଆଉ ତୁମେ

ମୁଁ ଆଉ ତୁମେ

1 min
151


ମୁଁ ଜାନୁୟାରୀ ଆଉ ତୁମେ ଡିସେମ୍ବର

ଖୁବ୍ ପାଖାପାଖି ଭଳି ଲାଗୁଛି ।

ହେଲେ ଆମର ଦୂରତା କେତେ

ଏ ସମୟ ହିସାବ କରି ରଖିଛି ।।

ଥରେ ଦେଖାହେଲେ ପୁଣି ବରଷେ

ଜାନୁୟାରୀ ମିଳନ ଆଶାରେ

ସେମିତି ଚାହିଁ ବସେ ।।

ସମୟ ଗଡିଯାଏ ବୟସ ବଢ଼ିଯାଏ

ଜାନୁୟାରୀ ଆସିବ

ଡିସେମ୍ବର ଚାହିଁଥାଏ ।।

ଡିସେମ୍ବରର ମନ ଭରିଯାଏ

ଆନନ୍ଦ ଉଲ୍ଲାସରେ ।

ଜାନୁୟାରୀ ଆସେ ଆଉ ଡିସେମ୍ବର

ଚାଲିଯାଏ କ୍ଷଣକ ଭିତରେ ।।

ଜିରୋ ନାଇଟ୍ ବୋଲି ତାକୁ

ଲୋକେ କୁହନ୍ତି ।

ହେଲେ ସେ ଜାନୁୟାରୀ ଆଉ ଡିସେମ୍ବରଙ୍କ

ପ୍ରୀତିର ତିଥି ।।

କ୍ଷଣକ ପରେ ଠିକ୍ ତୁମଭଳି

ଡିସେମ୍ବର ଚାଲିଯାଏ ।

ଆଉ ମୋ ଭଳି ଜାନୁୟାରୀ ସେମିତି

ଅପେକ୍ଷା କରିଥାଏ ।।

ଠିକ୍ ଏହିପରି ସମ୍ପର୍କ ଆମର

ମୁଁ ଜାନୁୟାରୀ ଆଉ ତୁମେ ଡିସେମ୍ବର ।।


Rate this content
Log in

Similar oriya poem from Romance