Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rupali priyadarshini Samantaray

Inspirational

4.2  

Rupali priyadarshini Samantaray

Inspirational

ଫେରାଇ ଦେବୁ କି ମୋତେ

ଫେରାଇ ଦେବୁ କି ମୋତେ

1 min
314


ବୋଉ ବୋଉ କହି ମୋ ବୋଉ ପାଖରେ

କହିଲି ମୁଁ ଦିନେ ଯାଇ ।

ଯାହା ଇଚ୍ଛା ତୋର ଥରେ କହିଦେ

ଆଣି ଦେବି ତୋ ପାଇଁ ।


ଟଙ୍କା ପଇସାରେ ଅଭାବ ନାହିଁ ମୋ

ସବୁ ଆଣି ଦେବି ତତେ ।

ସୁଝି ଦେବି ସବୁ ମୋତେ ପାଳିବାକୁ 

ଖର୍ଚ୍ଚ କରିଛୁ ତୁ ଯେତେ ।


କହିଲା ମୋ ବୋଉ ଉଦାସ ମନରେ

ମୋ କଥା ଶୁଣି ଦେଇ ।

ତୋ ଟଙ୍କା ପଇସା ତୋ ପାଖରେ ଥାଉ

ସେଥିରେ ମୋ ଲୋଭ ନାହିଁ ।


କେତେ ଅନିଦ୍ରା ମୁଁ ହୋଇଛି ତୋ ପାଇଁ

ଯେବେ ଥିଲୁ ମୋର ଗର୍ଭରେ ।

କ୍ଷୀର ଖାଉଥିଲୁ ଯେବେ ମୋ ବକ୍ଷ ଚିରି

ସୋଇନି ମୁଁ କେତେ ରାତିରେ ।


ସାରା ରାତି ତୋର ପାଖେ ବସିଥିବି

ରୋଗ ପଡୁଥିଲୁ ଯେବେ ।

କେତେ କେତେ ରାତି ଅନିଦ୍ରା ହୋଇଛି

ହିସାବ ରଖିନି କେବେ ।


ମୋର ସେ ନିଦ ମୋର ସେ ସୁଖ କୁ

ତୋ ଟଙ୍କା ପାରିବକି କିଣି ।

ପାରିବ ଯଦି ସେ କହି ଦେ ମୋତେ ତୁ

ହିସାବ କରିବି ଗଣି ।


ତୋ ଟଙ୍କା ପଇସା ଧନ ତୋ ପାଖରେ ଥାଉ

କିଛି ମୁଁ ମାଗୁନି ତତେ ।

ମୋ ଆଖିର ସେହି ବାଳକ ନିଦତୁ

ଫେରାଇ ଦବୁକି ମୋତେ ।


Rate this content
Log in

Similar oriya poem from Inspirational