Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rupali priyadarshini Samantaray

Romance

4.0  

Rupali priyadarshini Samantaray

Romance

ପ୍ରଥମ ଦେଖା

ପ୍ରଥମ ଦେଖା

1 min
567


ବୋଧେ ସେଦିନର ସେ କଥା 

ତୁମର ଆଉ ମନେ ନାହିଁ

ତୁମର ସେ ସବୁଜ ରଙ୍ଗର ସାର୍ଟ ଟି

ହୁଏତ ତୁମ ପାଖରେ ନାହିଁ ।


ତୁମେ ମାରିଥିବା ସେ ଅତରର ବାସ୍ନା

ତୁମେ ଭୁଲି ଯାଇ ଥାଇ ପାର

ହେଲେ ହଁ ସେଇ ବାସ୍ନା ହିଁ ବାନ୍ଧିଥିଲା

ଆମ ସହ ଏ ସମ୍ପର୍କର ଡୋର ।


ତୁମେ ହାତ ପୋଛି ଥିବା ମୋର ସେ

କଳା ଓଢଣୀଟି ଆଜି ବି ମୋ ପାଖରେ ଅଛି

ପ୍ରଥମ ପ୍ରେମର ପ୍ରଥମ ଦେଖା

ଆଜି ବି ମୋର ମନେ ଅଛି ।


ତୁମେ ଭୁଲି ଯାଇ ଥାଇ ପାର

ସେ ଦିନ ଏମିତି ଖାସ୍ ନଥିଲା କିଛି

ହେଲେ ଏ ସମୟ ଆଜି ସେ ଦିନକୁ

ଖାସ୍ ବନେଇ ଦେଇଛି ।


Rate this content
Log in

Similar oriya poem from Romance