STORYMIRROR

Dr Baman Chandra Dixit

Romance

3  

Dr Baman Chandra Dixit

Romance

ପିୟା... ରତିରସିଆ

ପିୟା... ରତିରସିଆ

1 min
362


ରତି ରସିଆ........ ପିୟା

            ରତି ରସିଆ।

ଚିତ୍ତ ଚୋର ପ୍ରିୟବର ମୋର

ମନ ବସିଆ...........ପିୟା

           ରତି ରସିଆ।


ସଜ ହୋଇ ସଞ୍ଜ କୁଞ୍ଜେ ନଇଁଲାଣି

ବିଧୂ ମଧୁ ମଧୁ ମୃଦୁ ଚାହିଁଲାଣି

ସରସିର ଅଙ୍କେ ପ୍ରତିଛବି ଦେଖେ

ଅମ୍ବରୁ ଅମ୍ବୁଦ ଓଢଣୀ ର ଫାଙ୍କେ

ନିଶିଥ ପ୍ରିୟା............ ପିୟା

           ରତି ରସିଆ।


ମଲ୍ଲୀ ମାଳ ମାଳ କୁନ୍ତଳ ନିକର

କାନେ କାନେ ଗାଏ ମିଲନର ସ୍ୱର

ବୁକୁ ତଳୁ ତଳୁ ହୁକୁ ହୁକୁ ଉଠେ

ବେପଥୁ ଅପାର ଅପଘନେ ନାଚେ

କାଉତୁକିଆ..............ପିୟା

           ରତି ରସିଆ।


କଞ୍ଜ ନୟନ ରଞ୍ଜି କଜଳ ଗାରେ

ଖଞ୍ଜି ଚଞ୍ଚଳ ଚମକ ଧାରେ ଧାରେ

ବିନ୍ଛି କିଞ୍ଚିତ ଜବା ଛଟା ଛଟକେ

ଓଷ୍ଠ-ଅଧର ଧାରେ ଗଣ୍ଡେ ଅଟକେ

ବିମ୍ବ ରସିଆ................ପିୟା

           ରତି ରସିଆ।


ସଜେଇ ରଖିଛି ଅଧରେ ମଧୁର

ରସେ ରସା ଭାଷା ପ୍ରୀତି ଆତୁର

ବିଭୋର ଅଧିର ଆଶା ଅପାର

ଅଜାଡ଼ି ଦେବି ସଜଡ଼ା ସମ୍ଭାର

ମଧୁ ମାସିଆ..............ପିୟା

           ରତି ରସିଆ।

 

ବଳେ ଅବା ଛଳେ କୋଳେ କରିବ 

କାଳେ କାମନା ଏ କାୟା ଲଭିବ 

ମନା ମାନେନା ଅମାନିଆଁ ମନ

ଜାଳେ ମରମ ମଲାଣି ସରମ

କେତେ କଳଙ୍କ ଆଙ୍କି ମୋ ଅଙ୍କେ 

ରଙ୍ଗ ଭରି ଯା............. ପିୟା

           ରତି ରସିଆ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance