STORYMIRROR

Dr Baman Chandra Dixit

Abstract Classics

4  

Dr Baman Chandra Dixit

Abstract Classics

ନିଜକୁ ଲେଖୁଛି

ନିଜକୁ ଲେଖୁଛି

1 min
11

ନିଜେ ନିଜକୁ ଦେଖିବା ପାଇଁ ମୁଁ ଦେଖୁଛି
ହଁ , ମୁଁ ବାରମ୍ବାର ଆଇନା ଦେଖୁଛି ।।

 ଆଖି ଦେଖିପାରେ ନାହିଁ ଭିତରକୁ ବୋଲି
 ଖୋଲା ଆଖି ଛାଡି ମନ ଆଖିରେ ଦେଖୁଛି ।।

 ଆଖିବାଲା କିଛି ମୋତେ ଅନ୍ଧ ବି କୁହନ୍ତି
ଯାହାଙ୍କ ଚରିତ୍ର ଉଜାଗର ମୁଁ କରୁଛି।।

 ତୁମ ଅକାରଣ ହସ ପଛେ କାରଣ ତ ଥିବ
ମୁଁ ସ୍ୱାର୍ଥ ଆଉ କାରଣର ଫରକ ଜାଣିଛି ।।

 ନିଜକୁ ନିଜେ ସୁଧାରି ପାରିନାହିଁ ବୋଲି
ନିଜେ ଲେଖୁଛି ନିଜକୁ ନିଜେ ଲିଭଉଛି ।।

 ଦିନେ ତ ଚିହ୍ନିବ ତୁମେ ନିଜକୁ ମୋତେ ବି
ସେ ଦିନର ଅନିଶା ରେ ଅନେଇ ରହିଛି ।। *****************************


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract