ଢେଉ
ଢେଉ
ସାଗର ବୁକୁର ମାଳ ମାଳ ଢେଉ
ଆସି ବେଳାଭୂମି ଛୁଏଁ
କେତେ ମନଲୋଭା ତାର ନୀଳ ଢେଉ
ସବୁ ମନ ହରୁ ଥାଏ ।
ତାର ସେ ଢେଉରେ କବିଟି ବିଭୋର
ପ୍ରେମିର ସଂଗୀତ ଗାଏ
ପ୍ରେମିକ ପ୍ରେମିକା ତା ପାଇଁ ପାଗଳ
ପ୍ରେମେ ହଜି ଭିଜୁଥାଏ ।
ନୀଳ ସାଗରର ଏଇ ଢେଉ ପାଇଁ
ଶହ ଶହ ପର୍ଯ୍ୟଟକ
ଧାଇଁ ଆସୁଥାନ୍ତି ଚିତ୍ର ବି ଆଙ୍କନ୍ତି
ଭୁଲି ଯାନ୍ତି ଭୋକ ଶୋକ ।
ଏଇ ବୋଳାଭୂମି ଡାକେ ହାତ ଠାରି
ସ୍ୱାଗତ ଢେଉ କରଇ
ସେ ଢେଉ ସାଥିରେ ଆନନ୍ଦ ମନରେ
ବୁଡ ସେ ଥାନ୍ତି ପକେଇ ।
ବିଭୋର ହେଉଣ ଢେଉରେ ଖେଳନ୍ତି
କେତେ ମଜା ଲାଗୁ ଥାଏ
ସେ ଢେଉ ସାଥିରେ ମାତି ଖେଳେ ଯିଏ
ଜାଣେ କେତେ ଖୁସି ସିଏ ।
ପାଣିର ଦେହରେ ଢେଉ ଆସି ଥାଏ
କୂଳ ସିଏ ଲଙ୍ଘି ଯାଏ
ଦେଖୁ ଥିଲେ କେତେ ଆନନ୍ଦ ଯେ ଲାଗେ
ନା ଭୁଲି ପାରେ କିଏ ?
ଢେଉ ଅଟେ ପୁଣି ଅନେକ ପ୍ରକାର
କଳି ବା ପାରିବ କିଏ
ଏଇ ଢେଉ ଯୋଗୁଁ ବୟୁରେ ତରଙ୍ଗ
ଶଦ୍ଦ ସୃଷ୍ଟି ହେଉଥାଏ ।
ମଣିଷ ଜୀବନ ଦୁଃଖର ସାଗର
ଅନେକ ଯନ୍ତ୍ରଣା ଢେଉ
ଆଖି ଲୁହ ଓଠ ପିଇ ଯାଉ ଥାଏ
ହୃଦୟୁ ଝରଇ ଲହୁ ।
ଆଖିର ଆଗରେ ଦୁଃଖର ପାହାଡ
ଅଶାନ୍ତିର ଢେଉ ଝରେ
ନା କହି ପାରେ ନା ସହି ପାରେ
ନା ପାଦ ତା ଯାଇ ପାରେ ।
ଜୀବନରେ ଝଡ ତୋଫାନର ଢେଉ
ମାଡି ଆସେ ଅବିରତ
ଅମା ଅନ୍ଧକାର ଘୋଟି ଯାଇଅଛି
ରଖ ହେ ବଢେଇ ହାତ ।
ତୁମକୁ ଭରସା କରି ଚକ୍ରଧର
ଦଦରା ନାଆ ଚାଲିଛି
ଜୀବନ ଅଥଳ ଢେଉରେ ଭାସୁଛି
ତାମଙ୍କୁ ଆଶ୍ରା କରିଛି ।
ତୁମରି ଚରଣେ ଦିଅହେ ଶରଣ
ହେ କଳା ନାଉରୀ ମୋର
ଆହୁଲା ତୁମର କାତ ବି ତୁମର
ଭବ ସାଗରୁ ଉଦ୍ଧାର ।